Corona:ଓଡ଼ିଶାରୁ ଆଜି ୭ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ଓଡ଼ିଶା (Odisha) ରେ ବର୍ତ୍ତମାନ ଧୀରେ ଧୀରେ କରୋନା ସଂକ୍ରମିତ (Corona Virus) ଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୭ ହଜାର ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମିତ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୩୯୨୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୦୮୧ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୧୧୬୭ ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୩୮୮ଜଣ, ବାଲେଶ୍ଵରରୁ ୩୩୧ଜଣ, ବରଗଡ଼ରୁ ୧୧୭ଜଣ, ଭଦ୍ରକରୁ ୨୬୭ଜଣ, ବଲାଙ୍ଗୀରିରୁ ୮୯ଜଣ, ବୌଦ୍ଧରୁ ୧୩୪ଜଣ, କଟକରୁ ୭୭୧ଜଣ, ଦେଓଗଡ଼ରୁ ୬୪ଜଣ, ଢେଙ୍କାନାଳରୁ ୧୦୬ଜଣ, ଗଜପତିରୁ ୪୮ଜଣ, ଗଞ୍ଜାମରୁ ୭୪ଜଣ, ଜଗତସିଂପୁରରୁ ୨୩୨ଜଣ, ଯାଜପୁରରୁ ୪୮୬ଜଣ, ଝାରସୁଗୁଡାରୁ ୯୭ ଜଣ, କଳାହାଣ୍ଡିରୁ ୧୦୩ଜଣ, କନ୍ଧମାଳରୁ ୩ଜଣ, କେଉଁଝରରୁ ୧୪୮ଜଣ, କୋରାପୁଟରୁ ୧୫୮ଜଣ, କେନ୍ଦ୍ରାପଡ଼ାରୁ ୧୮୮ଜଣ, ମୟୁରଭଞ୍ଜରୁ ୩୭୦ଜଣ, ମାଲକାନଗିରିରୁ ୯୫ଜଣ, ନବରଙ୍ଗପୁରରୁ ୧୯୮ଜଣ, ନୟାଗଡ଼ରୁ ୧୯୬ଜଣ, ନୂଆପଡ଼ାରୁ ୨୮ଜଣ, ପୁରୀରୁ ୩୦୬ଜଣ, ରାୟଗଡାରୁ ୨୨୨ଜଣ, ସମ୍ବଲପୁରରୁ ୧୦୭ଜଣ, ସୋନପୁରରୁ ୫୯ଜଣ, ସୁନ୍ଦରଗଡରୁ ୨୪୩ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨୦୭ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୨୧ ଲକ୍ଷ ୮୩ହଜାର ୧୧୬ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୮ ଲକ୍ଷ ୧୩ହଜାର ୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୭ ହଜାର ୬୧୬ ସୁସ୍ଥ ହେବା ସହିତ ମୋଟ ୭ ଲକ୍ଷ ୩୨ ହଜାର ୧୮ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୮ ହଜାର ୩୧ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।  

Also Read | ସାଂସଦ ଆସୁ ଆସୁ ଫିତା କାଟିଦେଲେ ବିଧାୟକ, ଆଉ ତାପରେ…

AC_without-Bank_1242x450._CB659868804_SY500_
Share this: