Breaking Newsଓଡ଼ିଶା ଅନୁଗୋଳ ରେ ଆଜି ୭ କରୋନା ଆକ୍ରାନ୍ତ ଚିହ୍ନଟ ,ମୋଟ ପଜିଟିଭ ୨୫୨ରେ July 24, 2020 MahimaLive 15 Views Angul, BHUBANESWAR, CORONA POSITIVE, covid19, local cases, NEWS ODISHA, odisha corona update, odisha covid-19 cases, odishafightscorona 1 min read Share this: ଅନୁଗୋଳ: ଆଜି ଅନୁଗୋଳ ରୁ ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ଆକ୍ରାନ୍ତ ଙ୍କ ମଧ୍ୟରେ ଅନୁଗୁଳ ବ୍ଲକ ଅଞ୍ଚଳରୁ ୨ଜଣ , ଅନୁଗୁଳ ପୈାରାଞ୍ଚଳ ,ବଅଁରପାଳ ବ୍ଲକ ,ତାଲଚେର ବ୍ଲକ ,ଛେଣ୍ଡିପଦା ବ୍ଲକ ଓ କଣିହାଁ ସ୍ଥିତ ଏକ ଶିଳ୍ପାଞ୍ଚଳରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନୁଗୁଳ ବ୍ଲକ ଅଞ୍ଚଳର ୩୪ ଓ ୨୭ ବର୍ଷିୟ ପୁରୁଷ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନୁଗୁଳ ପୈାରାଞ୍ଚଳରୁ ଜଣେ ୪୯ ବର୍ଷିୟ ପୁରୁଷ କେରଳରୁ ଫେରି କ୍ୱାରାଣ୍ଟାଇନ୍ ଥିବା ବେଳେ ଆଜି ତାଙ୍କର ପଜିଟିଭ ଜଣାପଡିଛି। ସେହିପରି ବଅଁରପାଳ ବ୍ଲକ ଅଞ୍ଚଳର ଜଣେ ୨୨ବର୍ଷିୟ ପୁରୁଷ ସାମାନ୍ୟ ଲକ୍ଷଣ ଥାଇ ସ୍ଵାବ ନମୁନା ପରିକ୍ଷଣରୁ ପଜିଟିଭ ଜଣାପଡିଛି। ତାଳଚେର ବ୍ଲକ ଅଞ୍ଚଳର ୫୨ ବର୍ଷିୟ ପୁରୁଷ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି।ଛେଣ୍ଡିପଦା ବ୍ଲକ ଅଞ୍ଚଳର ଏକ ଅସ୍ଥାୟୀ ମେଡିକାଲ ଶିବିରରେ ସଙ୍ଗରୋଧରେ ଥିବା ଗଞ୍ଜାମ ଫେରାନ୍ତା ୨୩ ବର୍ଷିୟ ପୁରୁଷ କରୋନା ପଜିଟିଭ ହୋଇଥିବାର ଜଣାପଡିଛି। ସେହିପରି କଣିହାଁ ସ୍ଥିତ ଏକ ଶିଳ୍ପାଞ୍ଚଳରୁ ଜଣେ ୨୬ ବର୍ଷିୟ ମହିଳା ଭଦ୍ରକରୁ ଫେରି ପଜିଟିଭ ହୋଇଥିବା ଜଣାପଡିଛି। ଏହି ୭ଜଣ ପଜିଟିଭକୁ ତାଳ ଚେରସ୍ଥିତ କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଛି ବୋଲି ଜିଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି। ଏହି ୭ଜଣକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୨ରେ ପହଞ୍ଚିଛି। From The Web Share this: