Odisha Covid:ଆଜି ଓଡ଼ିଶାରୁ ନୂଆ ୧୯୯୩ ଜଣ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ଵର: ଓଡ଼ିଶା (Odisha) ରେ କରୋନା (Coronavirus) ସଂକ୍ରମଣ ବର୍ତ୍ତମାନ କମିଚାଲିଛି। ଗତ ୨୪ ଘଣ୍ଟାରେ ୧ ହଜାର ୯୯୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine) ରୁ ୧୧୫୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୮୩୯ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ସର୍ବାଧିକ ୩୨୨ ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୫୮ ଜଣ, ବାଲେଶ୍ଵରରୁ ୧୮୧ ଜଣ, ବରଗଡ଼ରୁ ୧୮୧ ଜଣ, ଭଦ୍ରକରୁ ୮୬ ଜଣ, ବଲାଙ୍ଗୀରିରୁ ୧୩ ଜଣ, ବୌଦ୍ଧରୁ ୧୦ ଜଣ, କଟକରୁ ୨୯୭ ଜଣ, ଦେଓଗଡ଼ରୁ ୫ ଜଣ, ଢେଙ୍କାନାଳରୁ ୪୪ ଜଣ, ଗଜପତିରୁ ୫ ଜଣ, ଗଞ୍ଜାମରୁ ୧୩ ଜଣ, ଜଗତସିଂପୁରରୁ ୮୯ ଜଣ, ଯାଜପୁରରୁ ୧୪୧ ଜଣ, ଝାରସୁଗୁଡାରୁ ୧୦ ଜଣ, କଳାହାଣ୍ଡିରୁ ୮ ଜଣ, କନ୍ଧମାଳରୁ ୧୩ ଜଣ, କେନ୍ଦ୍ରାପଡ଼ାରୁ ୨୯ ଜଣ, କେଉଁଝରରୁ ୩୫ ଜଣ, କୋରାପୁଟରୁ ୩୧ ଜଣ, ମାଲକାନଗିରିରୁ ୪୨ ଜଣ, ମୟୁରଭଞ୍ଜରୁ ୧୧୦ ଜଣ, ନବରଙ୍ଗପୁରରୁ ୧୫ ଜଣ, ନୟାଗଡ଼ରୁ ୭୮ ଜଣ, ନୂଆପଡ଼ାରୁ ୬ ଜଣ, ପୁରୀରୁ ୧୪୪ ଜଣ, ରାୟଗଡାରୁ ୨୪ ଜଣ, ସମ୍ବଲପୁରରୁ ୧୪ ଜଣ, ସୋନପୁରରୁ ୧୭ ଜଣ, ସୁନ୍ଦରଗଡରୁ ୭୫ ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୫୯ ଜଣ ସଂକ୍ରମିତ ହୋଇଛନ୍ତି।
[amazon_auto_links id=”9932″]