Corona Odisha Live: ରାଜ୍ୟରେ କରୋନାର ଗତି ତୀବ୍ର, ଆଜି ଚିହ୍ନଟ ପଜିଟିଭଙ୍କ ସଂଖ୍ୟା ତିନିହଜାର ନିକଟତର, ସୁନ୍ଦରଗଡରୁ ସର୍ବାଧିକ

Share this:

ଭୁବନେଶ୍ଵର: ଓଡ଼ିଶାରେ କୋଭିଡ଼-୧୯ (Covid-19) ତୀବ୍ରଗତିରେ ମାଡୁଛି। ଆଜି ରାଜ୍ୟର ୩୦ଜିଲ୍ଲାରୁ ରେକର୍ଡ ସଂଖ୍ୟକ ୨୯୮୯ ଜଣ କରୋନା (Corona Virus) ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୭୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୨୫୬ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ବିନା ଲକଡାଉନରେ କରୋନା ସହ ଲଢିବା, ସଭିଏଁ ମାସ୍କ ପିନ୍ଧିବା ଏବଂ ସମସ୍ତ କୋଭିଡ଼ ନିୟମ ପାଳନ କରିବାକୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।   

ଆଜି ସର୍ବାଧିକ ୬୩୧ ଜଣ କରୋନା ସଂକ୍ରମିତ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନଗୁଳରୁ ୬୫ଜଣ, ବାଲେଶ୍ଵରରୁ ୮୩ଜଣ, ବରଗଡ଼ରୁ ୧୨୬ଜଣ, ଭଦ୍ରକରୁ ୩୪ଜଣ, ବଲାଙ୍ଗରିରୁ ୧୧୦ଜଣ, ବୌଦ୍ଧରୁ ୧୦ଜଣ, କଟକରୁ ୨୦୮ଜଣ, ଦେଓଗଡ଼ରୁ ୨୩ଜଣ, ଢେଙ୍କାନାଳରୁ ୨୧ଜଣ, ଗଜପତିରୁ ୧୫ଜଣ, ଗଞ୍ଜାମରୁ ୬୩ଜଣ, ଜଗତସିଂପୁରରୁ ୨୪ଜଣ, ଯାଜପୁରରୁ ୫୧ଜଣ, ଝାରସୁଗୁଡାରୁ ୮୪ଜଣ, କଳାହାଣ୍ଡିରୁ ୨୬୦ଜଣ, କନ୍ଧମାଳରୁ ୮ଜଣ, କେଉଁଝରରୁ ୭୭ଜଣ, କୋରାପୁଟରୁ ୧୪ ଜଣ, କେନ୍ଦ୍ରାପଡ଼ାରୁ ୧୧ଜଣ,ଖୋର୍ଦ୍ଧାରୁ ୪୩୮ଜଣ, ମୟୁରଭଞ୍ଜରୁ ୩୮ଜଣ, ମାଲକାନଗିରିରୁ ୨ଜଣ, ନବରଙ୍ଗପୁରରୁ ୪୩ଜଣ, ନୟାଗଡ଼ରୁ ୧୨ ଜଣ,ନୂଆପଡ଼ାରୁ ୧୫୧ଜଣ, ପୁରୀରୁ ୧୧୨ଜଣ, ରାୟଗଡାରୁ ୨୭ଜଣ, ସମ୍ବଲପୁରରୁ ୧୪୮ଜଣ, ସୋନପୁରରୁ ୬ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୯୪ଜଣ ସଂକ୍ରମିତ ହୋଇଛନ୍ତି।

PC_header2 amazon

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୯୪ ଲକ୍ଷ ୯୬ ହଜାର ୨୯୧ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୫୮ହଜାର ୩୪୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୬୧୦ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୪୧    ହଜାର ୭୩୩ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୪ ହଜାର ୨୬୧ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”10233″]

Also Read | CBSE ବୋର୍ଡ ପରୀକ୍ଷାରେ ବଡ ନିଷ୍ପତ୍ତି, ଦଶମ ପରୀକ୍ଷା ବାତିଲ, ଦ୍ୱାଦଶ ପରୀକ୍ଷା ସ୍ଥଗିତ

Share this: