Corona Angul:ଆଜି ଅନୁଗୁଳ ଜିଲ୍ଲାରୁ ପୁଣି ୮୪୫ ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଅନୁଗୁଳ: ଅନୁଗୁଳ (Angul) ଜିଲ୍ଲାରେ ଆଜି ପୁଣି ୮୪୫ ଜଣ କରୋନା (Corona Virus) ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮ ହଜାର ୬୦୭ ରେ ପହଞ୍ଚିଛି।

ଆଜି ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରେ ବଅଁରପାଳ ବ୍ଲକ୍‌ ଅଂଚଳରୁ ୧୪୬ଜଣ (୯୩ ଜଣ ପୁରୁଷ ଓ ୫୩ ଜଣ ମହିଳା), କିଶୋରନଗର ବ୍ଳକ୍ ଅଂଚଳରୁ ୧୩୫ଜଣ (୮୩ ଜଣ ପୁରୁଷ ଓ ୫୨ଜଣ ମହିଳା), ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୧୨୧ ଜଣ ( ୬୯ଜଣ ପୁରୁଷ ଓ ୫୨ଜଣ ମହିଳା), କଣିହାଁ ବ୍ଳକ୍ ଅଂଚଳରୁ ୮୩ଜଣ (୪୩ଜଣ ପୁରୁଷ ଓ ୪୦ଜଣ ମହିଳା), ଅନୁଗୋଳ ପୌରାଞ୍ଚଳରୁ ୭୧ଜଣ (୩୬ ଜଣ ପୁରୁଷ ଓ ୩୫ଜଣ ମହିଳା), ଅନୁଗୋଳ ବ୍ଳକ ଅଂଚଳରୁ ୭୦ଜଣ (୫୯ଜଣ ପୁରୁଷ ଓ ୧୧ଜଣ ମହିଳା), ତାଳଚେର ବ୍ଲକ ଅଂଚଳରୁ ୭୦ଜଣ (୫୬ଜଣ ପୁରୁଷ ଓ ୧୪ଜଣ ମହିଳା), ପାଳଲହଡା ବ୍ଳକ୍ ଅଂଚଳରୁ ୬୦ଜଣ (୪୨ଜଣ ପୁରୁଷ ଓ ୧୮ ଜଣ ମହିଳା), ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୪୫ଜଣ (୨୧ଜଣ ପୁରୁଷ ଓ ୨୪ଜଣ ମହିଳା), ତାଳଚେର ପୌରାଞ୍ଚଳରୁ ୩୮ଜଣ (୧୭ଜଣ ପୁରୁଷ ଓ ୨୧ ଜଣ ମହିଳା) ଓ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୬ଜଣ (୫ଜଣ ପୁରୁଷ ଓ ୧ଜଣ ମହିଳା) ଅଛନ୍ତି ।

ଆଜି ଚିହ୍ନଟ ହୋଇଥିବା ଲକ୍ଷଣଯୁକ୍ତ ଆକ୍ରାନ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡ ଓ ୧୨୦ ଜଣଙ୍କୁ  ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଙ୍କୁ  ନିଜ ଘରେ ଆଇସୋଲେସନରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି। ଆଜି ଅନୁଗୋଳ ଜିଲ୍ଲାରୁ ୫୭୯ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୬୯ଜଣ କରୋନାରେ ମୃତ୍ୟୁବରଣ କଲେଣି।

Also Read | Cyclone Yaas Odisha:‘ୟାସ’୨୬ରେ କରିବ ଲ୍ୟାଣ୍ଡଫଲ, ୧୮୫ କିମି ରହିବ ପବନର ବେଗ

[amazon_auto_links id=”9939″]
Share this: