ଚୀନ୍ ଏଲଏସି ରୁ ପଛ କୁ ହଟିବାର କାରଣ କଣ …

Share this:

ଭାରତ ଏବଂ ଚୀନ୍ ମଧ୍ୟରେ ପୂର୍ବ ଲଦାଖର ଗଲୱାନ୍ ଉପତ୍ୟକାରେ ପ୍ରକୃତ ନିୟନ୍ତ୍ରଣ ରେଖା ବିବାଦ ବର୍ତ୍ତମାନ ଟିକେ ଥମି ଯାଇଥିବା ଜଣାପଡୁଛି। ଚୀନ୍ ମୁଖପାତ୍ର ଗ୍ଲୋବାଲ୍ ଟାଇମ୍ସ ଅନୁସାରେ ଚୀନର ବୈଦେଶିକ ଙ୍କ ଉଦ୍ଧେଶ୍ୟରେ କହିଛି ଯେ ଜୁନ୍୩୦ ରେ ଚୀନ୍ ଏବଂ ଭାରତ ମଧ୍ୟରେ ତୃତୀୟ ରାଉଣ୍ଡ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଛି। ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଦ୍ଵିତୀୟ ରାଉଣ୍ଡ ଆଲୋଚନାରେ ହୋଇଥିବା ଚୁକ୍ତିନାମାକୁ ଦୁଇ ପକ୍ଷ କାର୍ଯ୍ୟକାରୀ କରୁଛନ୍ତି।

ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ବିବୃତ୍ତି ଆସିବା  ସମୟ ଉପରେ ଏବେ ପ୍ରଶ୍ନ ଉଠିଛି। ବାସ୍ତବରେ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ଆଲୋଚନା କରିବାର ୬  ଦିନ ପରେ ଚୀନ୍‌ର ଏହି ବିବୃତ୍ତି ଆସିଛି। ଏହି ସମୟ ମଧ୍ୟରେ ଭାରତ ମଧ୍ୟ ଚୀନ୍ ଉପରେ ଚାପ ପକାଇଛି। ଏହା ପରେ ଚୀନ୍ ଶେଷରେ ପଛକୁ ଫେରିବାକୁ ରାଜି ହୋଇଛି।

ଉଲ୍ଲେଖନୀୟ କଥା ହେଉଛି, ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ଆଲୋଚନା କରି ସୀମା ବିବାଦର ସମାଧାନ କରିବାରେ ଏନଏସଏ ଅଜିତ ଡୋଭାଲ ସଫଳ ହୋଇଛନ୍ତି। କୁହାଯାଉଛି ଯେ ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ରବିବାର ଭିଡିଓ କଲ ମାଧ୍ୟମରେ ହୋଇଥିଲା। କଥାବାର୍ତ୍ତା ସଫଳ ହୋଇଛି। ଡୋଭାଲ ଏବଂ ୱାଙ୍ଗ ୟି ଏହି ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଏବଂ ଭବିଷ୍ୟତରେ ଏଭଳି ଘଟଣାକୁ ଏଡାଇବା ପାଇଁ ମିଳିତ ଭାବରେ ଆଲୋଚନା କରିଥିଲେ। ସରକାରୀ ସୂତ୍ର ସୋମବାର ବାର୍ତ୍ତାଳାପକୁ ସୂଚନା ଦେଇଛି। ଗତ କିଛି ମାସ ଧରି ଗାଲଭାନ୍ ଭ୍ୟାଲିରେ ଅସ୍ଥିରତା ବନ୍ଦ ହୋଇଯିବ ବୋଲି ବିଶ୍ୱାସ କରାଯାଏ।

Share this: