Covishield Vaccine: କୋଭିଶିଲ୍ଡ ଟୀକାର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନକୁ ବୃଦ୍ଧି ପାଇଁ ପରାମର୍ଶ, ରାଜ୍ୟକୁ ପତ୍ର ଲେଖିଲେ କେନ୍ଦ୍ର ସରକାର

Share this:

ନୂଆଦିଲ୍ଲୀ: ବୈଜ୍ଞାନିକ ପ୍ରମାଣକୁ ଆଧାର କରି ନିର୍ଦ୍ଦିଷ୍ଟ କୋଭିଡ-୧୯ ଟୀକା କୋଭିଶିଲ୍ଡ (Covishield Vaccine) ର ଦୁଇଟି ଡୋଜ୍‌ ମଧ୍ୟରେ ବ୍ୟବଧାନ ଅବଧିକୁ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଟୀକାକରଣ ଉପରେ ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ (NTAGI) ଏବଂ କୋଭିଡ-୧୯ (Covid-19) ଟୀକାକରଣ ପରିଚାଳନା ଉପରେ ଗଠିତ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ (NEGVAC) ର୨୦ତମ ବୈଠକରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ସମୀକ୍ଷା କରାଯିବା ପରେ, ପ୍ରଥମ ଡୋଜ୍‌ ୪-୮ ସପ୍ତାହ ବ୍ୟବଧାନରେ ଦ୍ୱିତୀୟ ଡୋଜ୍‌ ନିଆଯିବା ପାଇଁ ସୁପାରିସ ନିଆଯିବାର କରାଯାଇଥିଲା। ପୂର୍ବରୁ ଏହା ୪-୬ ସପ୍ତାହ ମଧ୍ୟରେ ନିଆଯାଉଥିଲା। ଦୁଇଟି ଡୋଜ୍‌ ମଧ୍ୟରେ ବ୍ୟବଧାନ ବଜାୟ ରଖିବା ନିମନ୍ତେ ଏହି ସଂଶୋଧିତ ସମୟ ଅବଧି କେବଳ କୋଭିଶିଲ୍ଡ କ୍ଷେତ୍ରରେ କାର୍ଯ୍ୟକାରୀ ହେବ ଏବଂ କୋଭାକ୍ସିନ ଟୀକା (Covaxin Vaccine) କ୍ଷେତ୍ରରେ ନୁହେଁ ବୋଲି ସ୍ପଷ୍ଟ କରି ଦିଆଯାଇଛି।

ଏ ସଂକ୍ରାନ୍ତରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟ ଶାସନ ସଚିବମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ ଏକ ପତ୍ର ଲେଖି ଅବଗତ କରାଇଛନ୍ତି। ଏହି ପତ୍ରରେ ସେ ଅବଗତ କରାଇଛନ୍ତି ଯେ ଏନଟିଏଜିଆଇ ଏବଂ ଏନଇଜିଭିଏସିର ସୁପାରିସକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଗ୍ରହଣ କରିନେଇଛି। କୋଭିଶିଲ୍ଡର ପ୍ରଥମ ଡୋଜ୍‌ ନେବାର ୪-୮ ସପ୍ତାହ ବ୍ୟବଧାନରେ ଦ୍ୱିତୀୟ ଡୋଜ ହିତାଧିକାରୀମାନଙ୍କୁ ଦେବା ଲାଗି ମନ୍ତ୍ରଣାଳୟ ସୁପାରିସ କରୁଛି।

ବୈଜ୍ଞାନିକ ପ୍ରମାଣକୁ ଦୃଷ୍ଟିରେ ରଖି, ଏହା ଜଣାପଡ଼ିଛି ଯେ କୋଭିଶିଲ୍ଡର ପ୍ରଥମ ଡୋଜ୍‌ ନେବାର ୬-୮ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ ନେଲେ ଏହା ଅଧିକ ଫଳପ୍ରଦ ହେଉଛି। କିନ୍ତୁ ୮ସପ୍ତାହ ପରେ ଏହାକୁ ନେବା ଉଚିତ୍‌ ନୁହେଁ। ସଂଶୋଧିତ ଡୋଜ୍‌ ପରିଚାଳନା ସମ୍ପର୍କରେ ସମ୍ପୃକ୍ତ ସମସ୍ତ ଅଧିକାରୀମାନଙ୍କୁ ଅବଗତ କରାଇବା ଏବଂ ଏହି ସୂଚନା ତୁରନ୍ତ ପହଞ୍ଚାଇବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ କୁହାଯାଇଛି। ଏହି ସୂଚନା ପ୍ରୋଗ୍ରାମ ମ୍ୟାନେଜର, ଟୀକା ପ୍ରଦାନକାରୀ, କୋଭିଶିଲ୍ଡ ଟୀକା ଗ୍ରହଣକାରୀଙ୍କ ନିକଟରେ ପହଞ୍ଚାଇବା ଓ ଟୀକାର ଡୋଜ୍‌ ମଧ୍ୟରେ ସୁପାରିସ ଅନୁଯାୟୀ ବ୍ୟବଧାନ ବଜାୟ ରଖିବା ନିମନ୍ତେ ସେ ପରାମର୍ଶ ଦେଇଛନ୍ତି।

[amazon_auto_links id=”10233″]

Also Read | Lock Down and Night Curfew:ଫେରିଲା ଲକଡାଉନ ଏବଂ ନାଇଟ କର୍ଫ୍ୟୁ

Share this:

Leave a Reply

Your email address will not be published. Required fields are marked *