CBSE ଲଞ୍ଚ କଲା Dost for Life ଆପ, ନେବ ଛାତ୍ରଛାତ୍ରୀମାନଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ
ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (Central Board of Secondary Education-CBSE) ଛାତ୍ରଛାତ୍ରୀମାନଙ୍କ ମାନସିକ ଏବଂ ସାମାଜିକ ସ୍ୱାସ୍ଥ୍ୟ (psychological counselling) ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ ଆରମ୍ଭ କରିଛି। ଏଥିପାଇଁ ମେ ୧୦ରୁ ସିବିଏସଇ Dost For Life ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ଏହା ମାଧ୍ୟମରେ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କର ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବ। ସିବିଏସଇ ବୋର୍ଡ ଏହି ଆପ୍ ମାଧ୍ୟମରେ ବାର୍ଷିକ ପରାମର୍ଶ କାର୍ଯ୍ୟକ୍ରମ ଆରମ୍ଭ କରିବ।
ସିବିଏସଇର ଏହି କାଉନସେଲିଂ ଆପ୍ ମାଧ୍ୟମରେ ପରୀକ୍ଷାର ଚାପକୁ କିପରି ଦୂର କରାଯାଇପାରିବ ସେଥିପାଇଁ ଛାତ୍ରଛାତ୍ରୀଙ୍କ ପାଇଁ କାଉନସେଲିଂ ଅଧିବେଶନ ଉପଲବ୍ଧ ହେବ। ସେଠାରେ ବିଶେଷଜ୍ଞଙ୍କ ପରାମର୍ଶ ମଧ୍ୟ ଦିଆଯିବ। ଏହା ବ୍ୟତୀତ, ଦ୍ଵାଦଶ ଶ୍ରେଣୀ (10+2) ପରେ, ଛାତ୍ରଛାତ୍ରୀମାନେ କେଉଁ ପାଠ୍ୟକ୍ରମ ଚୟନ କରିପାରିବେ, ଏହି ବିଷୟରେ ପରାମର୍ଶ ମଧ୍ୟ ଦିଆଯିବ।
ଏହି ଆପ୍ ମାଧ୍ୟମରେ, ସିବିଏସଇ ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ଲାଇଭ୍ କାଉନସେଲିଂ ଅଧିବେଶନ କରିବ। ଏହି ଆପ୍ ସହିତ ୮୩ ସ୍ବେଚ୍ଛାସେବୀ ଜଡିତ ଅଛନ୍ତି, ସେଥିମଧ୍ୟରୁ ୬୬ଜଣ ଭାରତରେ ଅଛନ୍ତି। କାଉନସେଲିଂ ଅଧିବେଶନ ସପ୍ତାହରେ ତିନି ଦିନ ସୋମବାର, ବୁଧବାର ଏବଂ ଶୁକ୍ରବାର ଦିନ ଅନୁଷ୍ଠିତ ହେବ। କାଉନସେଲିଂ ସ୍ଲଟ୍ ସକାଳ ୯.୩୦ ରୁ ଅପରାହ୍ନ ୧.୩୦ଏବଂ ୧.୩୦ ରୁ ୫.୩୦ ପର୍ଯ୍ୟନ୍ତ ହେବ।
Also Read | Matric Result: ମାଟ୍ରିକ୍ ପରୀକ୍ଷା ମୂଲ୍ୟାୟନ ପଦ୍ଧତି ଜାରି, ନବମ ଓ ଦଶମ ଶ୍ରେଣୀର ମାର୍କକୁ ନେଇ ରେଜଲ୍ଟ