Breaking Newsଓଡ଼ିଶାଧର୍ମ ଓ ସଂସ୍କୃତି

କରୋନା ସଂକ୍ରମଣ ପାଇଁ ଓଡ଼ିଶାରେ ବୋଲବମ ଯାତ୍ରା ଏବର୍ଷ ହେବନାହିଁ

Share this:

ଭୁବନେଶ୍ଵର : ରାଜ୍ୟ ସରକାର ଆଜି ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। କରୋନା ସଂକ୍ରମଣ ଯୋଗୁଁ ଏ ବର୍ଷ  ଶ୍ରାବଣ ମାସ ବୋଲବମ୍ ଯାତ୍ରା ବନ୍ଦ ରହିବ।ଶୈବପୀଠରେ କରୁଥିବା ଜଳଲାଗି ଉପରେ କଟକଣା ଜାରି ହୋଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ଅତିରିକ୍ତ ଶାସନ ସଚିବ ତଥା ସ୍ଵତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମ‌ାର ଜେନା ଏହି ଘୋଷଣା କରିଛନ୍ତି ।

ପୂର୍ବରୁ ରାଜ୍ୟ ସରକାର ଜୁଲାଇ ୩୧ ପର୍ଯ୍ୟନ୍ତ ସମସ୍ତ ଧର୍ମପୀଠ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି। ମନ୍ଦିରରେ ବୋଲବମ ଭକ୍ତ ଙ୍କ ଜଳଲାଗି ପାଇଁ ଜନସମାଗମ ହେବ ଏବଂ ଏହା ଦ୍ଵାରା ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି। ତେଣୁ ରାଜ୍ୟ ସରକାର ଶୈବପୀଠରେ ଜଳଲାଗି ଓ ବୋଲବମ୍ ପଦଯାତ୍ରା ଉପରେ ନିଷେଧାଦେଶ ଜାରି କରିଛନ୍ତି। ସ୍ଵତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶନାମା ପ୍ରକାଶ ପାଇଛି।

ଏସଆରସି କହିଛନ୍ତି ଯେ, ରାଜ୍ୟର କୌଣସି ସ୍ଥାନରେ କାଉଡିଆମ‌ାନେ ପାଣି ଉଠାଇ ଶିବମନ୍ଦିରକୁ ନେଇ ପାରିବେ ନାହିଁ। ଜିଲ୍ଲାରେ ଥିବା ଜିଲ୍ଲା ପ୍ରଶାସନ ଓ ପୁଲିସ ଶାସନ ଏହାର ତଦାରଖ କରିବେ। ବୃହତ ଜନସ୍ଵାସ୍ଥ୍ୟ ରକ୍ଷା ଲାଗି ଜନସାଧାରଣ ସହଯୋଗ କରିବାକୁ ସେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।

Share this: