ବିପିୟୁଟି ଶେଷ ସେମିଷ୍ଟାର ଅନଲାଇନ ପରୀକ୍ଷା ପଦ୍ଧତି କୁ ନେଇ ବିଜେପି ଯୁବମୋର୍ଚ୍ଚା ର ପ୍ରେସମିଟ୍

Share this:

ଜୁନ ୨୭ ରେ ବିପିୟୁଟି କତୃପକ୍ଷ ଫାଇନାଲ ପରୀକ୍ଷା ପାଇଁ ନୋଟିସ ପ୍ରକାଶିତ କରିଛନ୍ତି। ଏହି ନୋଟିସ କୁ ନେଇ ବିଜେପି ଯୁବମୋର୍ଚ୍ଚା ପ୍ରଶ୍ନ ଉଠାଇଛି। ଆଜି ଭୁବନେଶ୍ଵର  ପାର୍ଟୀ ଅଫିସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି, ଇରାସିସ ଆଚାର୍ଯ୍ୟ କହିଲେ ,ନବୀନ ସରକାରଙ୍କ ୨୦ ବର୍ଷ ର ନିରଙ୍କୁଶ ଶାସନ ପରେ ଆଜି ଓଡ଼ିଶାର ଛାତ୍ରଯୁବକ ଚରମ ଅବହେଳା ର ଶିକାର ହୋଇଛନ୍ତି। ବିପିୟୁଟି ନିଜର ତୋଗଲୋକି ଫର୍ମାନ ପୁନଃ ବିଚାର କାରୀ ଛାତ୍ରଛାତ୍ରୀ ଙ୍କ ହିତରେ କାର୍ଯ୍ୟକରୁ ନହେଲେ ଯୁବମୋର୍ଚ୍ଚା ଆଗାମୀ ଦିନରେ ତୀବ୍ରପ୍ରତିବାଦ କରିବ।

ପରୀକ୍ଷା ବିଜ୍ଞପ୍ତି ଅନୁସାରେ,ଅନଲାଇନ ପରୀକ୍ଷା ପାଇଁ ବ୍ୟବହୃତ ହେବାକୁ ଥିବା ଲାପଟପ ର କନଫିଗୁରେସନ କୁ ନେଇ ସେ ପ୍ରଶ୍ନ କରିଛନ୍ତି। ସେ କହିଲେ ,୪ ଜିବି  ରାମ୍ ସହିତ  ଇଣ୍ଟରନେଟ୍ ର ସ୍ପୀଡ଼ ଏକ ଏମବିପିଏସ ରୁ ଅଧିକ ହେବା ଜରୁରୀ ବୋଲି କୁହାଯାଇଛି, ଯାହାକି ଭୁବନେଶ୍ୱରେ ମଧ୍ୟ ଇଣ୍ଟରନେଟ୍ ସ୍ପୀଡ଼ ନାହିଁ।  ତା,ସହିତ ନିରବଛିନ୍ନ ଭାବେ ୩ ଘଣ୍ଟା ର ବିଦ୍ୟୁତ ସଂଯୋଗ ଓଡ଼ିଶାର କୌଣସି ଠାରେ ରାହୁନାହିଁ। ବିପିୟୁଟି ର ଶେଷ ବର୍ଷର ୨୫ ହଜାର ପିଲା ଅଛନ୍ତି ଓ  ବହୁପିଲା ଗାଁ ଗହଳିରେ ରହୁଛନ୍ତି  ଏଥିସହିତ  ଶତକଡା ୪୦ ଭାଗ ପିଲା ଓଡ଼ିଶା ବାହାର ରାଜ୍ୟର। ସେଠିକାର ଅବସ୍ଥା ଏଇ ସଂକ୍ରମଣ ସମୟରେ କଣ ଥାଇପାରେ। ଯେଉଁ ପିଲା ଘରୁ ପରୀକ୍ଷା ନଦେଇ ପାରୁଛନ୍ତି ସେମାନ ଙ୍କ ପାଇଁ  ଏକ ସେଣ୍ଟର କରାଯାଇଛି ସେମାନେ ସେଣ୍ଟର ଯିବାକୁ ବାଧ୍ୟ ଆପଣମାନେ ଜାଣନ୍ତି  ଓଡ଼ିଶାରେ କିଛି ଜିଲ୍ଲାରେ ଲକ୍ ଡାଉନ ଚାଲୁଥିବାରୁ ପିଲା ମାନେ କିପରି ପରୀକ୍ଷାକେନ୍ଦ୍ର କୁ ଯିବେ ?  ଛାତ୍ରୀଛାତ୍ର  ସେମାନଙ୍କ ବହିପତ୍ର ,ଖାତା, ଲାପଟପ ହଷ୍ଟେଲ ରେ ଛାଡି ଆସିଛନ୍ତି ସେ କ୍ଷେତ୍ରରେ ସେମାନେ କିପରି ଓପନ ବୁକ ପରୀକ୍ଷା ଦେବେ? ଏପର୍ଯ୍ୟନ୍ତ ପରୀକ୍ଷା ପଦ୍ଧତି ସଠିକ ଭାବେ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କୁ ଜଣା ନାହିଁ । ଆଉ ଗୋଟେ କଥା ପ୍ରଶ୍ନ ଥରେ ପାସ କରିଗଲେ ଆଉ ୨ ୟ ଥର ସେ ପ୍ରଶ୍ନ କୁ ଫେରିଆସିପାରିବେ ନାହିଁ ,ଯେପରି ନିଟ ,ଜି, ଆଇ ଆଇ ଟି ରେ ହୁଏ ସେପରି ଏଠି ସୁବିଧା ନାହିଁ।  ଆମ ପାଖରେ ଯାହା ତଥ୍ୟ ଅଛି ତେଲେଗାନା  ର  ଯେଉଁ ସଂସ୍ଥା କୁ ପରୀକ୍ଷା ପରିଚାଳନା ପାଇଁ ଦିଆ ଯାଇଛି ତାହା ଏକ ତ୍ରୁଟିପୂର୍ଣ ସଂସ୍ଥା। ଦେଶର ଅନ୍ୟ ଜାତୀୟ ସ୍ତରୀୟ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକ ଆପଣେଇଥିବା ନରମାଲାଇଜେସନ ପଦ୍ଧତି କୁ ବିପିୟୁଟି କତୃପକ୍ଷ ଲାଗୁ କରନ୍ତୁ କିମ୍ବା ୟୁଜର ଫ୍ରେଣ୍ଡଲି ପଦ୍ଧତି ଆପଣେଇ ପରୀକ୍ଷା କରାଗଲେ ଭଲ ହୁଅନ୍ତା ଅନ୍ୟଥା ବଜେପି ଯୁବମୋର୍ଚ୍ଚା ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ହ।ଇବ ।

Share this: