Bharat Bandh Updates: ଜିଏସ୍ଟି କୁ ନେଇ ଆଜି ଭାରତ ବାଣିଜ୍ୟ ବନ୍ଦ, କେଉଁ କେଉଁ ସେବାରେ ପଡିବ ଅସର
ଭୁବନେଶ୍ଵର: ଦ୍ରବ୍ୟ ଓ ସେବାକର ଜିଏସ୍ଟି (GST) ରେ ବାରମ୍ବାର ପରିବର୍ତ୍ତନକୁ ବିରୋଧ କରି ଆଜି ସର୍ବଭାରତୀୟ ବ୍ୟବସାୟ ସଂଗଠନ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭାରତ ବାଣିଜ୍ୟ ବନ୍ଦ ଡାକରା ଦେଇଛି।
ଏହାକୁ ସଂଗଠନର ଓଡ଼ିଶା ଶାଖା ପକ୍ଷରୁ ସମର୍ଥନ କରାଯାଇଥିବା ଜଣାପଡିଛି। ସଂଘର ରାଜ୍ୟ ସଭାପତି ସୁଧାକର ପଣ୍ଡା କହିଛନ୍ତି ଏହି ବନ୍ଦ ପରିପ୍ରେକ୍ଷୀରେ ସରକାରୀ-ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପେଟ୍ରୋଲ ପମ୍ପ ଏବଂ ଯାନବାହନ ଚଳାଚଳ ବନ୍ଦ କରାଯିବ ନାହିଁ। ଏଥିରେ କେବଳ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ବନ୍ଦ ରହିବ। ତେବେ ଆଗୁଆ ପଦକ୍ଷେପ ସ୍ୱରୂ ରାଜ୍ୟ ସରକାର ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଏବଂ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନଙ୍କୁ ସକାଳ ୯ଟା ୩୦ ସୁଦ୍ଧା କାର୍ଯ୍ୟାଳୟରେ ବାକୁ ପରାମର୍ଶ ଦେଇଛନ୍ତି।
ସଂଘର ରାଜ୍ୟ ସଭାପତି କହିଛନ୍ତି , ଜିଏସଟି ପରିଷଦ ଲାଭ ପାଇଁ ଜିଏସଟିନିୟମକୁ ବାରମ୍ବାର ପରିବର୍ତ୍ତନ କରିଚାଲିଛନ୍ତି। ଦେଶର ରାଜ୍ୟ ସରକାରମାନେ ଟିକସ ବ୍ୟବସ୍ଥାର ସରଳିକରଣ ପାଇଁ ଚିନ୍ତା କରୁନାହାନ୍ତି। ଫଳରେ ବ୍ୟବସାୟୀ ମାନେ ବ୍ୟବସାୟ ବଦଳରେ ଜିଏସଟି ହିସାବ କରିବାରେ ବ୍ୟସ୍ତ ରହୁଛନ୍ତି। ଯାହାକି ଦେଶର ଅର୍ଥ ବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପଡୁଛି। ୨୦୧୭ ଠାରୁ ଏପର୍ଯ୍ୟନ୍ତ ୯୩୭ ଥର ପରିବର୍ତ୍ତନ ଫଳରେ ଏହାର ମୂଳ ଢାଞ୍ଚା ବଦଳି ଯାଇଛି।
Also Read | Petrol Price: ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଅଧା ହୋଇପାରେ! ଚାଲିଛି ମୋଦୀ ସରକାରଙ୍କ ବିଚାର, କିନ୍ତୁ ରାଜ୍ୟ ସରକାରମାନେ ନାରାଜ
[amazon_auto_links id=”10233″]