ଆଜି ରାଜ୍ୟ ରେ ସୁସ୍ଥ ହେଲେ ୪୦୦ କରୋନା ଆକ୍ରାନ୍ତ; ମୋଟ ୧୩ ହଜାର ୩୦୯ କୁ ବୃଦ୍ଧି

Share this:

ରାଜ୍ୟରେ ଆଜି  ଆଉ ୪୦୦ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୩ ହଜାର ୩୦୯ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୧୩୭ ଜଣ , ନୟାଗଡ଼ ଓ ସୁନ୍ଦରଗଡ ଜିଲ୍ଲାରୁ ୭ ଜଣ ଲେଖାଏଁ , କଟକ ରୁ ୫୮ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪୬ ଜଣ ,କୋରାପୁଟ ରୁ ୪୧ ଜଣ , ଯାଜପୁର ରୁ ୩୭ ଜଣ , ମୟୁରଭଞ୍ଜ ଜିଲ୍ଲାରୁ ୯ ଜଣ ,କେନ୍ଦ୍ରାପଡ଼ା ରୁ ୧୦ ଜଣ , କେଉଁଝର ରୁ ୧୪ ଜଣ, ବରଗଡ଼,ଜଗତସିଂପୁର ଓ ସୋନପୁର ରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଅନୁଗୋଳ ,କଳାହାଣ୍ଡି ଓ ପୁରୀ ଜିଲ୍ଲା ରୁ ୪ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।ବୌଦ୍ଧ ରୁ ୩ ଜଣ, ଭଦ୍ରକ ରୁ ୨ ଜଣ ,ରାୟଗଡା ଓ ସମ୍ବଲପୁର ରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

Share this: