ରାଜ୍ୟ ରେ ଆଜି ସୁସ୍ଥ ହେଲେ ୭୫୬ ଜଣ କରୋନା ଆକ୍ରାନ୍ତ
ଭୁବନେଶ୍ଵର : ରାଜ୍ୟରେ ଆଜି ଆଉ ୭୫୬ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୧ ହଜାର ୨୭୩ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।
ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ରୁ ୧୬୨ ଜଣ ଗଞ୍ଜାମ ଜିଲ୍ଲାରୁ ୧୩୯ ଜଣ,ସୁନ୍ଦରଗଡ ରୁ ୫୮ ଜଣ ,ଗଜପତି ରୁ ୪୯ ଜଣ ,ଭଦ୍ରକ ଜିଲାରୁ ୩୩ ଜଣ,କେଉଁଝର ଜିଲାରୁ ୩୧ ଜଣ,ପୁରୀ ଜିଲାରୁ ୨୮ ଜଣ,ନୟାଗଡ ଜିଲାରୁ ୨୨ ଜଣ ,ରାୟଗଡ଼ା ଜିଲାରୁ ୨୦ ଜଣ,ବଳେଶ୍ଵର ଜିଲାରୁ ୧୯ ଜଣ ,କୋରାପୁଟ ଜିଲାରୁ ୧୮ ଜଣ ,ମାଲକାନଗିରି ଜିଲାରୁ ୧୬ ଜଣ ,ନବରଙ୍ଗପୁର ଜିଲାରୁ୧୩ ଜଣ ,କାଣ୍ଡମାଳ ଓ ସମ୍ବଲପୁର ଜିଲାରୁ ୧୦ ଜଣ ଲେଖାଏଁ ,ଯାଜପୁର ଓ କେନ୍ଦ୍ରାପଡାରୁ ୯ ଜଣ ଲେଖାଏଁ ,ଜଗସିଂପୁର ଜିଲାରୁ ୮ ଜଣ,ବରଗଡ଼ ଜିଲାରୁ ୭ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଢେଙ୍କାନାଳ ଓ ଝାରସୁଗୁଡା ଜିଲାରୁ ୬ ଜଣ ଲେଖାଏଁ ,ବଲାଙ୍ଗୀରି ଓ କଳାହାଣ୍ଡି ଜିଲାରୁ ୨ ଜଣ ଲେଖାଏଁ ଏବଂ ଅନଗୁଳ ଜିଲାରୁ ଜଣେ ସୁସ୍ଥ ହୋଇଛନ୍ତି।
ଓଡ଼ିଶାରେ ଆଜି୧୦ କରୋନା ଆକ୍ରାନ୍ତ ମୃତକଙ୍କ ସହିତ ମୃତ୍ୟୁ ସଂଖ୍ୟା ୧୮୭ କୁ ବୃଦ୍ଧି ପାଇଛି ।