ଅନୁଗୋଳ ରୁ ଆଜି ୧୧ ଜଣ କରୋନା ପଜିଟିଭ ଚିହ୍ନଟ;ହଟସ୍ପଟ ଜିଲ୍ଲାରୁ ଅନୁଗୋଳ ମନା

Share this:

ଅନୁଗୋଳ:ଅନୁଗୋଳ ଜିଲାରୁ ଆଜି ଏକ ସମୟରେ ୧୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତାଳଚେର ବ୍ଲକ ଅଂଚଳରୁ ସର୍ବାଧିକ ୭ ଜଣ ଓ ଅନୁଗୋଳ ବ୍ଲକ ଅଂଚଳରୁ ୩ ଜଣ କରୋନା ପଜିଟିଭ ଅଛନ୍ତି। ତାଳଚେର ବ୍ଲକ ଅଂଚଳରୁ ୪ଜଣ ପୁରୁଷ ଓ ୩ ଜଣ ମହିଳା ଅଟନ୍ତି। ଏହି ୪ଜଣ ପୁରୁଷଙ୍କ ମଧ୍ୟରୁ ଦୁଇ ଜଣ ଯାଜପୁର ଫେରନ୍ତା ଯାହାଙ୍କର ବୟସ ୨୧ ଓ ୯ ବର୍ଷ ହୋଇଥିବା ବେଳେ ଅନ୍ୟ ଦୁଇଜଣ ସ୍ଥାନୀୟ ପୁରୁଷଙ୍କ ବୟସ ୫୯ ଓ ୪୪ ଅଟେ। ସେହିପରି ୩ ଜଣ ମହିଳାଙ୍କ ମଧ୍ୟରୁ ୨ଜଣ ଗଞ୍ଜାମ ଫେରନ୍ତା ଯାହାଙ୍କ ବୟସ ୫୦ ଓ ୩୫ ହୋଇ ଥିବା ବେଳେ ଅନ୍ୟ ଜଣେ କରୋନା ଯୋଦ୍ଧା (ସ୍ଵାସ୍ଥ୍ୟକର୍ମି)ଙ୍କ ବୟସ ୫୧ ବର୍ଷ। ସେହିପରି ଅନ୍ୟ ତିନି ଜଣ ଅନୁଗୋଳ ବ୍ଲକର ସ୍ଥାନୀୟ ଅଂଚଳର ୫୬ ,୩୪ ଓ ୨୫ ବର୍ଷିୟ ପୁରୁଷ ଅଟନ୍ତି। ଅନ୍ୟ ଜଣ ଙ୍କ କଣିହାଁ ବ୍ଲକ ଅଂଚଳର ୫୨ ବର୍ଷିୟ ପୁରୁଷ ଯାହାଙ୍କର ଭୁବନେଶ୍ଵରର ଏକ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପଜିଟିଭ ଥିବା ଜଣାପଡିଛି। ଏ ମାନଙ୍କ ମଧ୍ୟରୁ ସ୍ଥାନୀୟ ୧୦ଜଣ ଆକ୍ରାନ୍ତଙ୍କୁ ଆଜି ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲାପାଳ ମନୋଜ କୁମାର ମହାନ୍ତି ସୁଚନା ଦେଇଛନ୍ତି। ଏହି ୧୧ଜଣଙ୍କୁ ମିଶାଇ ଜିଲାରେ ପଜିଟିଭ ସଂଖ୍ୟା ୧୩୨ରେ ପହଞ୍ଚିଛି। ଏହା ଛଡା ଶୁକ୍ରବାର ୧୫ଜଣ ଓ ଆଜି  ୧୬ ଜଣ ସୁସ୍ଥ ହୋଇ କୋଭିଡ ହସପିଟାଲରୁ ସ୍ଥାନାନ୍ତର ହୋଇଛନ୍ତି। ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୯୪ରେ ପହଞ୍ଚିଛି।

ଜିଲ୍ଲାପାଳ ଶ୍ରୀ ମହାନ୍ତି ସକାଳେ ଯାଜପୁର ଓ ଗଞ୍ଜାମ ଜିଲ୍ଲାର ଲୋକ ଅନୁଗୋଳ କୁ  ଆସି ପାରିବେ ନାହିଁ ବୋଲି ଏକ ନିର୍ଦେଶନାମା ଜାରି କରିଥିଲେ। ପୁଣି ଅପରାହ୍ନରେ ଏହାକୁ ସଂଶୋଧିତ କରି ରାଜ୍ୟ ବାହାରୁ ଏବଂ ହଟ ସ୍ପଟ ଅଞ୍ଚଳର ଲୋକ ଆସିଲେ ସେମାନଙ୍କୁ ୧୪ ଦିନିଆ ସରକାରୀ ସଂଗରୋଧ ରହିବା ପାଇଁ ସ୍ୱତନ୍ତ୍ର ନିର୍ଦେଶନାମା ଜାରି କରିଛନ୍ତି। ବିଶେଷ କାର୍ଯ୍ୟ ନଥିଲେ ଜିଲ୍ଲାକୁ ନ ଆସିବା ପାଇଁ ଜିଲ୍ଲାପାଳ କହିଛନ୍ତି। ଏହି କଟକଣା ଅବମାନନା କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି।

Share this: