Angul News:ଆଜି ଅନୁଗୁଳ ଜିଲ୍ଲାରୁ ୧୩୩ ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଅନୁଗୁଳ: ଅନୁଗୁଳ (Angul) ଜିଲ୍ଲାରେ ଦୈନିକ କରୋନା (Coronavirus) ସଂକ୍ରମଣ ଶହେ ଉପରେ ରହୁଛି। ଆଜି ଜିଲ୍ଲାରେ ୧୩୩ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୪୦ହଜାର ୩୯୩ ରେ ପହଞ୍ଚିଲା। ଆଜି ଜିଲ୍ଲାରୁ ୧୫୫ଜଣ ସୁସ୍ଥ ହୋଇଛନ୍ତି।

 ଆଜି ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରେ ତାଳଚେର ବ୍ଲକ୍ ଅଂଚଳରୁ ୨୧ଜଣ, ବଅଁରପାଳ ବ୍ଳକ୍ ଅଂଚଳରୁ ୨୧ଜଣ, ଅନୁଗୁଳ ବ୍ଲକ୍ ଅଂଚଳରୁ ୧୬ଜଣ, ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୧୫ଜଣ, କଣିହାଁ ବ୍ଳକ୍ ଅଂଚଳରୁ ୧୨ଜଣ, ତାଳଚେର ପୌରାଞ୍ଚଳରୁ ୧୧ଜଣ, ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୧୦ଜଣ, କିଶୋରନଗର ବ୍ଲକ୍ ଅଂଚଳରୁ ୮ଜଣ, ପାଳଲହଡା ବ୍ଳକ୍ ଅଂଚଳରୁ ୭ଜଣ, ଅନୁଗୁଳ ପୌରାଞ୍ଚଳରୁ ୭ଜଣ ଓ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୫ଜଣ ଅଛନ୍ତି।

ଚିହ୍ନଟ ହୋଇଥିବା ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କ ମଧ୍ୟରୁ ୩୬ ଜଣଙ୍କୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ଅନ୍ୟମାନଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡ ଓ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଙ୍କୁ ନିଜ ଘରେ Isolation ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ (Shri Siddharth Shankar Swain) ପ୍ରକାଶ କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୭୦ଜଣ ମୃତ୍ୟୁବରଣ କଲେଣି ଏବଂ ଆଜି ସୁଦ୍ଧା ୨ ଲକ୍ଷ ୭୪ହଜାର ୯୧୮ଜଣଙ୍କୁ ଟିକା ଦିଆଗଲାଣି।

Associates_OnePLus_Family_2148x588
Share this:

Leave a Reply

Your email address will not be published. Required fields are marked *