ହାତୀ ର ଗତିବିଧି ଜାଣିବା ଏବେ ସହଜ
ହାତୀ-ମଣିଷ ମୁହାଁ ମୁହିଁ ଅନଗୁଳ ଜିଲ୍ଲାରେ ଅନେକ ସମୟରେ ହେଉଛି। ହାତୀର ଗତିବିଧି ଜନସାଧାରଣ ଜାଣିପାରୁନଥିବାରୁ ଅକାରଣ ରେ ଜୀବନ ଦେଉଛନ୍ତି। ଆଉ ମଧ୍ୟ ବେଳେ ହାତୀ ର ଜୀବନ ଚାଲିଯାଉଛି। ଏହାକୁ ଦୃଷ୍ଟିରେ ରଖି ଅନଗୁଳ ବନଖଣ୍ଡ ଏକ ମୋବାଇଲ ଆପ ତିଆରି କରିଛନ୍ତି । ଯାହାର ନାମ ଦିଆଯାଇଛି “ଅନଗୁଳ ବନ ସାଥି” ।
ଅନୁଗୁଳ ବନଖଣ୍ଡ ଅଧିକାରୀ ଭି.କାର୍ତ୍ତିକଙ୍କ ସୂଚନା ଅନୁସାରେ, ଏହି ମୋବାଇଲ ଆପ୍ ଅନୁଗୁଳ ଜିଲ୍ଲାର ,ତାଳଚେର , ବଅଁରପାଳ , କଣିହାଁ , ଛେଣ୍ଡିପଦା ଓ ଅନଗୁଳ ବ୍ଲକର ଜନସାଧାରଣ , ଗଜବନ୍ଧୁ ଏବଂ ବନ ବିଭାଗ କର୍ମଚାରୀଙ୍କ ପାଇଁ ସହାୟକ ହୋଇ ପାରିବ। ଏହି ଆପ ଟି ଗୁଗଲ ପ୍ଲେଷ୍ଟୋରରୁ ମାଗଣାରେ ଡାଉନଲୋଡ କରାଯାଇପାରିବ। ତା’ପରେ ନିଜ ନାମ , ମୋବାଇଲ ନମ୍ବର ଦେଇ ପଞ୍ଜୀକରଣ କରିବାକୁ ପଡିବ । ଏହା ବାଦ ଜଣେ ଚାହିଁଲେ , ୧୮୦୦ ୩୧୫୫୫୫୫ ନମ୍ବରରେ ଫୋନ କରି ଏଥିରେ ନିଜକୁ ପଞ୍ଜୀକୃତ କରାଇ ପାରିବେ। ଆପ ମାଧ୍ୟମ ରେ ହାତୀ ର ଗତିବିଧି ଓ ସତର୍କତାମୂଳକ ପଦକ୍ଷେପର ସୂଚନା ପହଞ୍ଚିପାରିବ। ଫଳସ୍ଵରୂପ , ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷିତ ରହିବା ସହିତ ବନବିଭାଗ ସ୍ଥାନୀୟ ଜନସାଧାରଣ ଙ୍କ ନିକଟତର ହୋଇପାରିବ ।