ଆନ୍ଧ୍ରପ୍ରଦେଶ:ମିଲ୍କ ପ୍ଳାଣ୍ଟରେ ଆମୋନିୟା ଗ୍ୟାସ୍ ଲିକ୍, ୨୦ଜଣ ଅସୁସ୍ଥ ଡାକ୍ତରଖାନାରେ ଭର୍ତ୍ତି
ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ଚିତୋର ସ୍ଥିତ ଏକ ଘରୋଇ ଦୁଗ୍ଧ ୟୁନିଟରେ ଆମୋନିୟା ଗ୍ୟାସ୍ ଲିକ୍ ୨୦ ଜଣ କର୍ମଚାରୀ ଅସୁସ୍ଥ ହୋଇଛନ୍ତି। ଏହି ଘଟଣା ଗୁରୁବାର ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶର ଚିତ୍ତୋର ଏକ ଘରୋଇ କମ୍ପାନୀରେ ଘଟିଛି। ଏହି ୨୦ ଜଣ କର୍ମଚାରୀଙ୍କ ମଧ୍ୟରୁ ୧୪ ଜଣ ମହିଳା କର୍ମଚାରୀ ଅଛନ୍ତି।
ପୋଲିସ ସୂଚନାଅନୁସାରେ,ଏହି ତିନି ପୀଡିତାଙ୍କୁ ତିରୁପତିସ୍ଥିତ ରୁଇଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପାଞ୍ଚ ଜଣଙ୍କୁ ପଡୋଶୀ ତାମିଲନାଡୁର ଭେଲୋରର ସିଏମସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ କହିଛନ୍ତି ଯେ ଅବଶିଷ୍ଟ ରୋଗୀମାନେ ଚିତ୍ତୋର ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଚିତ୍ତୋରର ଜିଲ୍ଲାପାଳ ନାରାୟଣ ଭାରତ ଗୁପ୍ତା ଏବଂ ପୋଲିସ ଅଧୀକ୍ଷକ ଘରୋଇ ଦୁଗ୍ଧ ପରିଦର୍ଶନ କରି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ। ଜିଲ୍ଲାପାଳଙ୍କ ଅନୁଯାୟୀ, ସେଠାରେ କିଛି ୱେଲଡିଂ କାମ ଚାଲିଥିବାବେଳେ ଗ୍ୟାସ ଲିକ୍ ହୋଇଥିଲା। ସୂଚନାଯୋଗ୍ୟ ଏ ସମସ୍ତ ଅସୁସ୍ଥ ଶ୍ରମିକ ଚୁକ୍ତିଭିତ୍ତିକ କର୍ମଚାରୀ ଏବଂ ସେମାନେ ରାତି ଡ୍ୟୁଟି ପାଇଁ ଆସିଥିଲେ।
ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି ଜିଲ୍ଲାପାଳ କହିଛନ୍ତି।
Also Read:
ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ୬୯ ହଜାର ୬୫୨ କରୋନା ପଜିଟିଭ ଚିହ୍ନଟ,୯୭୭ ମୃତ