ଅଯୋଧ୍ୟା ଶ୍ରୀରାମମନ୍ଦିର ମାନଚିତ୍ର ସର୍ବସମ୍ମତି କ୍ରମେ ମଞ୍ଜୁର,ମନ୍ଦିର ନିର୍ମାଣରେ ଆଉ ଆସିବନି ପ୍ରତିବନ୍ଧକ
ଅଯୋଧ୍ୟା:ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ଶ୍ରୀରାମମନ୍ଦିରର ମାନଚିତ୍ର ବୁଧବାର ଅନୁଷ୍ଠିତ ଅଯୋଧ୍ୟା ବିକାଶ ପ୍ରାଧିକରଣ ( Ayodhya Development Authority )ର ବୋର୍ଡ ବୈଠକରେ ମନ୍ଦିରର ମାନଚିତ୍ର ( Map )ସର୍ବସମ୍ମତି କ୍ରମେ ମଞ୍ଜୁର ହୋଇଛି। ବର୍ତମାନ ମନ୍ଦିର ନିର୍ମାଣରେ ଆଉ କୌଣସି ପ୍ରକାରର ପ୍ରତିବନ୍ଧକ ଆସିବ ନାହିଁ। ମନ୍ଦିର ଏବେ ସୁଚାରୁରୂପେ ନିର୍ମିତ ହୋଇପାରିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାମ ମନ୍ଦିର ନିର୍ମାଣ କରାଯାଉଛି। ୨,୭୪,୧୧୦ ବର୍ଗ ମିଟର ଖୋଲା କ୍ଷେତ୍ର ଅଯୋଧ୍ୟା ବିକାଶ ପ୍ରାଧିକରଣର (ADA )ମାନଚିତ୍ରରେ ରଖାଯାଇଛି। ଏଥିସହିତ ୧୩ ହଜାର ବର୍ଗ ମିଟରର ଏକ ଆବୃତ କ୍ଷେତ୍ର ରହିବ।
ବର୍ତ୍ତମାନ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିରେ କେନ୍ଦ୍ରୀୟ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (Central Building Research Institute -CBRI ) ରୁଡ଼ର୍କି ( Roorkee ) ଏବଂ ଆଇଆଇଟି ମାଡ୍ରାସ(IIT-Madras ) ସହିତ ନିର୍ମାଣକାରୀ କମ୍ପାନୀଏଲଆଣ୍ଡଟି ( L&T ) ର ଇଞ୍ଜିନିୟରମାନେ ଜମିର ମାଟି ପରୀକ୍ଷା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହି ମନ୍ଦିର ନିର୍ମାଣ ପ୍ରାୟ ୩ ବର୍ଷ ଲାଗିବ ବୋଲି ଆକଳନ କରାଯାଇଛି। ଭାରତର ପ୍ରାଚୀନ ନିର୍ମାଣ ପଦ୍ଧତି ସହିତ ଶ୍ରୀ ରାମଜନ୍ମଭୂମି ମନ୍ଦିର ନିର୍ମାଣ କରାଯାଉଛି ଯାହା ଦ୍ଵାରା ହଜାର ହଜାର ବର୍ଷ ପର୍ଯ୍ୟନ୍ତ ରହିବ ପାରିବ। ଏଥି ସହିତ ଭୂକମ୍ପ, ଝଡ଼ କିମ୍ବା ଅନ୍ୟ କୌଣସି ପ୍ରାକୃତିକ ବିପର୍ଯ୍ୟୟରେ ମଧ୍ୟ ଯେମିତି ଟିକେ ମନ୍ଦିରର କ୍ଷତି ହେବ ନାହିଁ ତାପ୍ରତି ଦୃଷ୍ଟି ଦିଆଯାଉଛି। ମନ୍ଦିର ନିର୍ମାଣରେ ଲୁହା ବ୍ୟବହାର ଆଦୌ ହେବ ନାହିଁ।
Also Read:
ପ୍ରଥମେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଦାବି ପ୍ରଭୁ ଶ୍ରୀରାମ ନେପାଳ ର ଏବେ ଶ୍ରୀଲଙ୍କା କହୁଛି ରାବଣ…
ଚୀନ ଜାଣିବା ପାଇଁ ଅର୍ଥ ଦେଉଛି ନେପାଳ ଏନଜିଓକୁ; କାହିଁକି ଗୋର୍ଖାମାନେ ଭାରତୀୟ ସେନାରେ ଯୋଗ ଦେଉଛନ୍ତି?