Aadhaar Card: ଆଧାର କାର୍ଡ ୧୦ବର୍ଷ ପୁରୁଣା କି? ଆଜି ହିଁ କରନ୍ତୁ ଅପଡେଟ୍
ନୂଆଦିଲ୍ଲୀ: Aadhaar Card Update Online ଆପଣଙ୍କ ଆଧାର କାର୍ଡ (Aadhaar Card) ୧୦ବର୍ଷ ପୁରୁଣା କି? ଯଦି ହଁ, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (Unique Identification Authority of India- UIDAI) ଏକ ନୋଟିସ୍ ଜାରି କରିଛି। ନୋଟିସ ଅନୁସାରେ ଯେଉଁମାନେ ୧୦ବର୍ଷ ପୂର୍ବେ ଆଧାର କାର୍ଡ ପାଇଥିଲେ ବର୍ତ୍ତମାନ ସେମାନେ ନିଜର ଆଧାର କାର୍ଡକୁ ଅପଡେଟ୍ କରିବାକୁ ପଡିବ। ହଁ କେବଳ ସେଇମାନେ ଅପଡେଟ କରିବେ ଯେଉଁମାନେ ୧୦ ବର୍ଷ ମଧ୍ୟରେ କେବେବି ଅପଡେଟ୍ କରିନାହାଁନ୍ତି।
ସୂଚନା ଅନୁସାରେ, UIDAI ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଡାଟା ଅପଡେଟ କରିବାପାଇଁ ଅନଲାଇନ କିମ୍ବା ଆଧାର କେନ୍ଦ୍ରରେ କରାଯାଇପାରିବ। ଯେଉଁମାନେ ଦଶ ବର୍ଷ ପୂର୍ବେ ନିଜର ଆଧାର ପାଇଥିଲେ ଏବଂ ପରବର୍ତ୍ତୀ ବର୍ଷଗୁଡିକରେ ସେଗୁଡିକୁ କେବେବି ଅପଡେଟ୍ କରିନାହାଁନ୍ତି, ଏହିପରି ଆଧାର ନମ୍ବର ଧାରକମାନଙ୍କୁ ଡକ୍ୟୁମେଣ୍ଟ ଅପଡେଟ୍ କରିବାକୁ ଅନୁରୋଧ କରାଯାଇଛି। UIDAI ଏହି ଆଧାରରେ ଧାର୍ଯ୍ୟ ଫି ସହିତ ଆଧାର ଧାରକମାନଙ୍କୁ ଡକ୍ୟୁମେଣ୍ଟ ଅପଡେଟ୍ ସୁବିଧା ପ୍ରଦାନ କରିଛି। ଆଧାର ଧାରକ ଆଧାର ତଥ୍ୟରେ ବ୍ୟକ୍ତିଗତ ପରିଚୟ ପ୍ରମାଣ ଏବଂ ଠିକଣା ପ୍ରୁଫ୍ ସମ୍ବନ୍ଧୀୟ ଡକ୍ୟୁମେଣ୍ଟ ଅପଡେଟ୍ କରିପାରିବେ।
UIDAI କହିଛି ଯେ ସରକାରୀ ଯୋଜନା ଏବଂ ସେବାଗୁଡିକ ପାଇବାକୁ ହେଲେ ଜନସାଧାରଣଙ୍କୁ ଆଧାର ତଥ୍ୟକୁ ସର୍ବଶେଷ ବ୍ୟକ୍ତିଗତ ବିବରଣୀ ସହିତ ଅପଡେଟ କରିବାକୁ ପଡିବ।
To update your Aadhaar online, click: https://myaadhaar.uidai.gov.in