ଗଣିତ ଶିକ୍ଷକ ଗଣିତରେ ଫେଲ,ସାଧାରଣ ମିଶାଣ କରିପାରିଲେନି,ଶିକ୍ଷାବିଭାଗ ଦେଲା ଚେତାବନୀ
ଝାଡ଼ଖଣ୍ଡ: ଯେଉଁ ଶିକ୍ଷକମାନେ ପିଲାମାନଙ୍କୁ ଯୋଗ (Addition), ବିୟୋଗ (Subtraction), ଗୁଣନ (Multiplication) ଏବଂ ହରଣ (Division) ଶିଖାଇବାର ଦାୟୀତ୍ଵ ନେଇଥାନ୍ତି, ସେହି ଶିକ୍ଷକମାନେ ଯଦି ଗଣନାରେ ନିଜେ ଭୁଲ୍ କରନ୍ତି ତା’ହେଲେ ପିଲାମାନଙ୍କୁ କିଏ ଶିକ୍ଷାଦେବ। ଏମିତି ଏକ ଘଟଣା ଘଟିଛି ଝାଡ଼ଖଣ୍ଡ (Jharkhand) ର ଗରୱା (Garhwa) ଜିଲ୍ଲାରେ ଥିବା ସରକାରୀ ବିଦ୍ୟାଳୟମାନଙ୍କରେ।
ଶିକ୍ଷକ ଶିକ୍ଷୟତ୍ରୀଙ୍କ ପ୍ରଦର୍ଶନକୁ ଆକଳନ କରିବା ପାଇଁ, ଗରୱା ଜିଲ୍ଲାର ଗଣିତ (Mathematics) ଶିକ୍ଷକମାନଙ୍କର ନୀତିଆୟୋଗ (NITI Aayog) ଦ୍ୱାରା ଏକ ଅନଲାଇନ (Online) ଦକ୍ଷତା ପରୀକ୍ଷା କରାଯାଇଥିଲା। ଯେଉଁଥିରେ ୧୩୪୨ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଭାଗନେଇଥିଲେ। ସେମାନଙ୍କ ମଧ୍ୟରୁ ପରୀକ୍ଷାରେ କେବଳ ୭୫ ଜଣ ଶିକ୍ଷକ ୪୫ ପ୍ରତିଶତ ସନ୍ତୋଷଜନକ ନମ୍ବର ପାଇବାରେ ସକ୍ଷମ ହୋଇଥିଲେ। ୧୨୬୭ ଶିକ୍ଷକଙ୍କ ଫଳାଫଳ ସନ୍ତୋଷଜନକ ନଥିଲା। ଯେତେବେଳେ କି କ୍ଳାସ ପ୍ରଥମ ରୁ ଦ୍ୱାଦଶ ପର୍ଯ୍ୟନ୍ତ ଶିକ୍ଷକମାନେ ଅନଲାଇନ୍ ପରୀକ୍ଷାରେ ଅତି ସରଳ ପ୍ରଶ୍ନର ଉତ୍ତର ଦେବାକୁ କୁହାଯାଇଥିଲା। ସେଠାରେ ୧୪୭ ଶିକ୍ଷକ ଥିଲେ ଯେଉଁମାନେ ୫୦ରୁ ମାତ୍ର ୧୫ ନମ୍ବର ପାଇଥିଲେ। ପ୍ରଶ୍ନ ପୁଣି ସେଇ ଶିକ୍ଷକମାନେ ହିଁ ପ୍ରସ୍ତୁତି କରିଥିଲେ।
ସୂଚନା ଅନୁଯାୟୀ, ଅଗଷ୍ଟ ୨୦୨୦ ରେ ଗରୱା ଜିଲ୍ଲାର ବିଭିନ୍ନ ସରକାରୀ ବିଦ୍ୟାଳୟର ଗଣିତ ଶିକ୍ଷକ ପରୀକ୍ଷା କରାଯାଇଥିଲା। ସେପ୍ଟେମ୍ବରରେ ଫଳାଫଳ ପ୍ରକାଶ ପାଇଲା। ସରକାରୀ ବିଦ୍ୟାଳୟର ଗଣିତ ଶିକ୍ଷକଙ୍କ ପ୍ରଦର୍ଶନ ଖରାପ ରହିଛି।
ଜିଲ୍ଲାର ଶିକ୍ଷକଙ୍କ ହାରାହାରି ସ୍କୋର ୫୦ ତୁଳନାରେ ୩୦.୯୧ ରହିଛି। ସୂଚନାଯୋଗ୍ୟ ଯେ ଅନଲାଇନ୍ ପରୀକ୍ଷାରେ ଯୋଗ,ବିୟୋଗ, ଗୁଣନ, ବିଭାଜନ ତଥା ଦଶମିକ ଇତ୍ୟାଦି ସମ୍ବନ୍ଧୀୟ ପ୍ରଶ୍ନ ପଚରାଯାଇଥିଲା। ଅଧିକାଂଶ ଶିକ୍ଷକ ଏହାର ସଠିକ୍ ଉତ୍ତର ଦେଇପାରିଲେ ନାହିଁ। ସ୍ଥାୟୀ ଏବଂ ଚୁକ୍ତିଭିତ୍ତିକ ଶିକ୍ଷକମାନେ ପରୀକ୍ଷାରେ ଯୋଗ ଦେଇଥିଲେ।
ସୂଚନଯୋଗ୍ୟ, ନୀତି ଆୟୋଗର ଆକାଂକ୍ଷା ଜିଲ୍ଲା (Aspirational Districts) ଗୁଡିକରେ ଶିକ୍ଷକଙ୍କ ଯୋଗ୍ୟତା ଆକଳନ କରିବା ପାଇଁ ଏହି ପରୀକ୍ଷା କରାଯାଇଥିଲା। ଶିକ୍ଷାର ଗୁଣବତ୍ତା ଉନ୍ନତି କରିବା ଏହାର ଲକ୍ଷ୍ୟ। ଗଣିତ ପରୀକ୍ଷା ବର୍ତ୍ତମାନ ନିଆଯାଇଛି। ଆଗକୁ ଇଂରାଜୀ ମଧ୍ୟ ପରୀକ୍ଷା ହେବ। କେବଳ ଏହି ଶିକ୍ଷକମାନଙ୍କ ଦଳ ଦ୍ୱାରା ପରୀକ୍ଷା ପ୍ରଶ୍ନ ପ୍ରସ୍ତୁତ ହେବ।
Also Read:
OJEE 2020: ଆସନ୍ତା ଅକ୍ଟୋବର ୧୨ରୁ ୧୯ ତାରିଖ ମଧ୍ୟରେ ହେବ ଓଜେଇଇ ପରୀକ୍ଷା