CBI Returns: BJD ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ ଟିମ୍
ଭୁବନେଶ୍ୱର: ସିବିଆଇ ରିଟର୍ଣ୍ଣର୍ସ (CBI Returns) କିଛି ଦିନର ବ୍ୟବଧାନ ପରେ। ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ବିଧାୟକଙ୍କ ଘରେ ସିବିଆଇ ଟିମ୍ ଯାଞ୍ଚ କରିଛି। ସି-ସୋର ଚିଟ୍ଫଣ୍ଡ (Sea-Shore) ଲିଙ୍କ୍ ମାମଲାରେ ସିବିଆଇ ଟିମ୍ ଖୋଲତାଡ଼ ଆରମ୍ଭ କରିଥିବା ଜଣାପଡିଛି
ବରିଷ୍ଠ ବିଜେଡ଼ି ବିଧାୟକ ଦେବୀ ମିଶ୍ରଙ୍କ ଘରେ ଶୁକ୍ରବାର ସିବିଆଇ ପହଁଚି ଯାଞ୍ଚ କରିଛି। ସି-ସୋର ଚିଟଫଣ୍ଡ ମାମଲାରେ ଲିଙ୍କ୍ ନେଇ ଦେବୀ ମିଶ୍ରଙ୍କ ଭୁବନେଶ୍ୱର ୟୁନିଟ-୧ ସ୍ଥିତ ଘର ସହ ମୋଟ ୭ଟି ସ୍ଥାନରେ ସିବିଆଇ ଯାଞ୍ଚ କରିଛି। ସିବିଆଇର ଏକ ଟିମ୍ ପ୍ରାୟ ଦୁଇ ଘଣ୍ଟା ଧରି ଛାନଭିନ୍ କରିବା ପରେ କିଛି ଦସ୍ତାବିଜ୍ ଧରି ବିଧାୟକ ଶ୍ରୀ ମିଶ୍ରଙ୍କ ଘରୁ ଫେରିଯାଇଥିବା ଜଣାଯାଇଛି। ଦେବୀ ମିଶ୍ରଙ୍କ ଏକ ନମ୍ବର ସ୍ଥିତ ସରକାରୀ ବାସଭବନରେ, ଆଠଗଡ ସ୍ଥିତ ନିଜସ୍ଵ ଘରେ ଯାଞ୍ଚ କରାଯାଇଛି।
ସୂଚନଯୋଗ୍ୟ ୨୦୧୪ ମସିହାରୁ ରାଜ୍ୟରେ ଚିଟ୍ଫଣ୍ଡ ମାମଲାରେ ତଦନ୍ତ କରୁଥିବା ସିବିଆଇ ପୂର୍ବରୁ ଅନେକ ମନ୍ତ୍ରୀ,ପୂର୍ବତନ ମନ୍ତ୍ରୀ,ନେତା, ବିଧାୟକ, ଅଫିସର, ଆଦି ଅନେକ ଲୋକଙ୍କ ଘରେ ରେଡ୍ କରାଯାଇଥିଲା। ସି-ସୋର ସମେତ ଅନେକ ଚିଟ୍ଫଣ୍ଟ ଲିଙ୍କ ମାମଲାରେ ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଛି।
Also Read:
SBI ATM: ଟଙ୍କା ଉଠାଇବା ପାଇଁ ନୂଆ ନିୟମ,୧୦ ହଜାରରୁ ଅଧିକ ଟଙ୍କା ଉଠାଇବା ପାଇଁ ପାଖରେ ରଖନ୍ତୁ ମୋବାଇଲ