Breaking NewsCORONA UPDATESଓଡ଼ିଶା

Covid19 Odisha Update: ଆଜି ପୁଣି ରାଜ୍ୟରେ ୪,୨୪୧ କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ଓଡ଼ିଶାରେ କରୋନା ପଜିଟିଭ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି। ବର୍ତ୍ତମାନ ଦୈନିକ ସଂକ୍ରମିତ ସଂଖ୍ୟା ୪ ହଜାରରୁ ଅଧିକ ରହୁଛି। ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୪ ହଜାର ୨୪୧ ଜଣ କରୋନା (Covid-19) ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine)ରୁ ୨ହଜାର ୫୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts)ରୁ ୧୭୩୯ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ଟି ଜିଲାରୁ କୋଭିଡ଼-୧୯ (Covid-19) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୪୭ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୭୫ ଜଣ, କଟକରୁ ୩୮୯ ଜଣ, କନ୍ଧମାଳ ଜିଲ୍ଲାରୁ ୧୧୬ ଜଣ, କୋରାପୁଟରୁ ୯୮ ଜଣ, କେନ୍ଦ୍ରାପଡ଼ାରୁ ୧୦୩ ଜଣ, କେଉଁଝରରୁ ୭୭ ଜଣ ଓ କଳାହାଣ୍ଡିରୁ ୧୧୪ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୯୧ ଜଣ, ସୁନ୍ଦରଗଡ଼ରୁ ୧୫୪ ଜଣ ଓ ସୋନପୁର ଜିଲ୍ଲାରୁ ୧୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ୧୫୦ ଜଣ, ଜଗତସିଂହପୁରରୁ ୧୨୬ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୧୧୧ ଜଣ ସଂକ୍ରମିତ ହୋଇଛନ୍ତି।

ସେହିପରି ବରଗଡ଼ରୁ ୧୪୯  ଜଣ, ବାଲେଶ୍ଵରରୁ ୧୪୧ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୪୪ ଜଣ, ବୌଦ୍ଧରୁ ୯୪  ଜଣ ଏବଂ ଭଦ୍ରକରୁ୭୨ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୨୩  ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୨୯୧ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ୯୪ ଜଣ, ନବରଙ୍ଗପୁରରୁ ୧୦୭ ଜଣ ଓ ନୂଆପଡ଼ାରୁ ୯୯ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୮୬  ଜଣ, ଦେଓଗଡରୁ ୬ ଜଣ, ରାୟଗଡାରୁ ୬୬ ଜଣ, ଅନୁଗୋଳରୁ ୮୪ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୧୪୭ ଜଣ ଏବଂ ମାଲକାନଗିରିରୁ ୨୮ ଜଣ ସଂକ୍ରମିତ ହୋଇଛନ୍ତି। ଏହା ସହିତ ଷ୍ଟେଟ୍ ପୁଲ (State Pool) ରୁ ୩୩୦ ଜଣ ସଂକ୍ରମଣ ହୋଇଛନ୍ତି ଯାହାକି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ଏହି ସୂଚନା ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨୬  ଲକ୍ଷ ୧୯ ହଜାର ୬୦୧ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧ ଲକ୍ଷ ୬୭ ହଜାର ୧୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧ ଲକ୍ଷ ୨୯ ହଜାର ୮୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୬ ହଜାର୫୮୦ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Also Read:

Pradhan Mantri Ujjwala Yojana: କରୋନା ସଂକଟ ସମୟରେ ଓଡ଼ିଶାରେ ୭୭ ଲକ୍ଷରୁ ଅଧିକ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଇଛି

Covid19 India Update: ଦେଶରେ ଗତ ୨୪ ଘଣ୍ଟାରେ ୯୭ ହଜାରରୁ ଅଧିକ କରୋନାରେ ସଂକ୍ରମିତ,୧୧୩୨ ଜଣ ମୃତ

Share this: