ଓଡ଼ିଶାର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ଓଡ଼ିଶାର ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି (Women& Child Development and Mission Shakti Minister)ମନ୍ତ୍ରୀ ଟୁକୁନି ସାହୁ (Tukuni Sahu) କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତ। ସେ ଘରେ ଆଇସୋଲେସନ (Home Isolation) ରେ ଅଛନ୍ତି ଓ ତାଙ୍କ ଅବସ୍ଥା ସ୍ଥିର ଅଛି ଏବଂ ଗତ କିଛି ଦିନ ମଧ୍ୟରେ ତାଙ୍କ ସହ ଯୋଗାଯୋଗରେ ଆସିଥିବା ଲୋକଙ୍କୁ ପରୀକ୍ଷା କରାଇନେବାକୁ ମନ୍ତ୍ରୀ ଟୁଇଟ୍ କରି ଅନୁରୋଧ କରିଛନ୍ତି।
I have tested Covid positive.
— Tukuni Sahu (@TukuniSahu) September 11, 2020
Now I am in home isolation and stable.
Those who have come in contact with me in the last few days are requested to get themselves tested if required.@CMO_Odisha @IPR_Odisha
ସୂଚନାଯୋଗ୍ୟ, ଓଡ଼ିଶାର ପ୍ରଥମ ମନ୍ତ୍ରୀ ଭାବେ ସୁଶାନ୍ତ ସିଂହ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ରଂଜନ ପାଣିଗ୍ରାହୀ ଏବଂ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କରୋନା ସଂକ୍ରମିତ ହୋଇଥିଲେ। ଏଥିସହିତ ରାଜ୍ୟର ବହୁ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
Also Read:
ଭାରତରେ ପୁଣି ରେକର୍ଡ ସଂଖ୍ୟକ ୯୬ ହଜାରରୁ ଅଧିକ କରୋନା ପଜିଟିଭ ଚିହ୍ନଟ,୧୨୦୯ ଜଣଙ୍କ ମୃତ୍ୟୁ
କିଷାନ ରେଳକୁ ସ୍ୱାଗତ କରିବାକୁ ଦିଲ୍ଲୀ ପ୍ରସ୍ତୁତ; ପ୍ରଥମ କିଷାନ ରେଳ ଆନ୍ଧ୍ରର ଅନନ୍ତପୁରରୁ