କରୋନା ଟେଷ୍ଟରେ ଓଡ଼ିଶାର ସ୍ଥାନ ଦଶମ
ନୂଆଦିଲ୍ଲୀ:ଟେଷ୍ଟ ( Test ), ଟ୍ରାକ ( Track ) ଏବଂ ଟ୍ରିଟ୍ (Treat ) କେନ୍ଦ୍ରୀୟ ନେତୃତ୍ୱାଧୀନ ରଣନୀତି ମଧ୍ୟରେ ମାର୍ଗଦର୍ଶିକା ରାଜ୍ୟ ଏବଂ କେନ୍ଦ୍ରାଞ୍ଚଳ ଦ୍ୱାରା ଆକ୍ରମଣାତ୍ମକ ପରୀକ୍ଷଣ ହୋଇଛି। କ୍ରମାଗତ ପରୀକ୍ଷଣର ଉଚ୍ଚ ସ୍ତର ପ୍ରାରମ୍ଭିକ ନିରାକରଣ ଏବଂ ଉନ୍ନତ ପୁନରୁଦ୍ଧାରରେ ପରିଣତ ହୋଇଛି। ଏହି ନୀତି ଅନୁସରଣ କରି ଆଜି ଭାରତର ସମନ୍ୱିତ ଅନୁସନ୍ଧାନ ( Total Testing ) ୪କୋଟି ୩୩ ଲକ୍ଷ ୨୪ ହଜାର ୮୩୪ ରେ ପହଞ୍ଚିଛି। କେବଳ ଗତ ଦୁଇ ସପ୍ତାହ ମଧ୍ୟରେ ୧ କୋଟି ୨୨ ଲକ୍ଷ ୬୬ ହଜାର ୫୧୪ଟି ନମୁନା ପରୀକ୍ଷା କରାଯାଇଥିଲା।
ଦିନକୁ ଦିନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ କ୍ରମାଗତ ଭାବରେ ସେମାନଙ୍କର ପରୀକ୍ଷା କ୍ଷମତା ବୃଦ୍ଧି କରୁଛନ୍ତି। ସମୁଦାୟ ପରୀକ୍ଷଣରେରେ କେବଳ ତାମିଲନାଡୁରେ ୫୨ଲକ୍ଷ ୯୭ ହଜାର ୫୬୧, ଉତ୍ତରପ୍ରଦେଶରେ ୫୧ ଲକ୍ଷ ୩୪ ହଜାର ୫୨୧ ଏବଂ ମହାରାଷ୍ଟ୍ରରେ ୪୩ଲକ୍ଷ ୩୭ହଜାର ୯୦୪ ଟି ପରୀକ୍ଷଣ କରିଛନ୍ତି। ଏହି ତିନୋଟି ରାଜ୍ୟ ସମୁଦାୟ ପରିକ୍ଷଣରର ପ୍ରାୟ ୩୪ ପ୍ରତିଶତ ଅଟେ।
ସେହିପରି ଆନ୍ଧ୍ରପ୍ରଦେଶରେ ୩୭ଲକ୍ଷ ୨୧ ହଜାର ୮୯୮,କର୍ଣ୍ଣାଟକ ରେ ୨୯ଲକ୍ଷ ୪୪ ହଜାର ୧୧୩,ବିହାରରେ ୨୬ଲକ୍ଷ ୯୫ ହଜାର ୩୫୨,ଗୁଜରାଟରେ ୨୦ ଲକ୍ଷ ୧୨ହଜାର ୧୦୮,ରାଜସ୍ଥାନ ରେ ୧୯ ଲକ୍ଷ ୧୪ ହଜାର ୨୯୫,ପଶିମବଙ୍ଗ ରେ ୧୯ ଲକ୍ଷ ୬ ହଜାର ୯୦ ଏବଂ ଓଡ଼ିଶାରେ ୧୮ ଲକ୍ଷ ୩୯ ହଜାର ୮୫୪ ଟି ନମୂନା ପରୀକ୍ଷା କରାଯାଇଛି।
ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଲକ୍ଷ ୧୬ ହଜାର ୯୨୦ ଟି ନମୁନା ଯାଞ୍ଚ କରାଯାଇଥିଲା। ହାରାହାରି ସାପ୍ତାହିକ ଅନୁସନ୍ଧାନ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟିଛି। ଜାନୁଆରୀ ୨୦୨୦ର ପ୍ରଥମ ସପ୍ତାହ ତୁଳନାରେ ହାରାହାରି ସାପ୍ତାହିକ ଅନୁସନ୍ଧାନ ସଂଖ୍ୟା ୪ ଗୁଣରୁ ଅଧିକ ବୃଦ୍ଧି ପାଇଛି।
ସମଗ୍ର ଦେଶରେ ବିସ୍ତାରିତ ଡାଇଗ୍ନୋଷ୍ଟିକ୍ ଲାବୋରେଟୋରୀ ନେଟୱାର୍କ ଏବଂ ସହଜ ପରୀକ୍ଷଣ ପାଇଁ ଉପଲବ୍ଧତା ଏହାକୁ ଯଥେଷ୍ଟ ବୃଦ୍ଧି କରିଛି। ପ୍ରତି ( Testing Per Million –TPM ) ରେ ମଧ୍ୟ ଏକ ତୀବ୍ର ବୃଦ୍ଧି ହୋଇଛି ଏବଂ ଏହା ୩୧ ହଜାର ୩୯୪ରେ ପହଞ୍ଚିଛି। ଜାତୀୟ ହାର ତୁଳନାରେ ୨୨ ଟି ରାଜ୍ୟ ଓ କେନ୍ଦ୍ର ଅଞ୍ଚଳରେ ଭଲ ଟିପିଏମ୍ ଅଛି। ଦିଲ୍ଲୀ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ଗୋଟିଏ ଦିନରେ ସର୍ବାଧିକ ଅନୁସନ୍ଧାନର ରିପୋର୍ଟ କରୁଛନ୍ତି।
Also Read: