ଗତ ୨୪ ଘଣ୍ଟାରେ ଭାରତରେ କରୋନା ସଂକ୍ରମିତ ୬୫,୦୮୧ଜଣ ସୁସ୍ଥ,୬୯,୯୨୧ ନୂଆ ଚିହ୍ନଟ; ୮୧୯ ଜଣଙ୍କର ମୃତ୍ୟୁ

Share this:

ନୂଆଦିଲ୍ଲୀ:ଗତ ପାଞ୍ଚ ଦିନି ମଧ୍ୟରେ ଭାରତରେ ପ୍ରତିଦିନ ୬୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ସୁସ୍ଥ ହେଉଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୩୫ ହଜାର ୮୧ ଜଣ ସୁସ୍ଥ ହୋଇ ଏକ ନୂଆ ପୁନରୁଦ୍ଧାର ରେକର୍ଡ କରିଛି। ପୁନରୁଦ୍ଧାର ହୋଇଥିବା ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୨୮ଲକ୍ଷ ୩୯ ହଜାର ୮୮୨ କୁ ବୃଦ୍ଧି ପାଇ କୋଭିଡ -୧୯( Covid-19 ) ରୋଗୀଙ୍କ ମଧ୍ୟରେ ପୁନରୁଦ୍ଧାର ହାର ୭୭ ପ୍ରତିଶତରେ ଅଧିକ ହୋଇଛି। ସକ୍ରିୟ ରୋଗୀଙ୍କ ତୁଳନାରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩.୬୧ ଗୁଣ ବୃଦ୍ଧି ପାଇଛି। ଭାରତରେ ସକ୍ରିୟ ମାମଲା ତୁଳନାରେ ଭାରତରେ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ୨୦.୫୩ ଲକ୍ଷରୁ ଅଧିକ ଅଟେ ଯାହା ଆଜି ପର୍ଯ୍ୟନ୍ତ ୭ ଲକ୍ଷ ୮୫ ହଜାର ୯୯୬ ଅଟେ। ଜୁଲାଇ ପ୍ରଥମ ସପ୍ତାହ ତୁଳନାରେ ଅଗଷ୍ଟର ଶେଷ ସପ୍ତାହରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ଚାରି ଗୁଣ ବୃଦ୍ଧି ପାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପାଞ୍ଚଟି ରାଜ୍ୟ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ରାଜ୍ୟଗୁଡ଼ିକ ହେଉଛି ମହାରାଷ୍ଟ୍ର ୧୧,୮୫୨ ଆନ୍ଧ୍ରପ୍ରଦେଶ ୧୦,୦୦୪ କର୍ଣ୍ଣାଟକ ୬,୪୯୫ ତାମିଲନାଡୁ ୫,୯୫୬ ଏବଂ ଉତ୍ତରପ୍ରଦେଶ ୪,୭୮୨।  ମୋଟ ଉପରେ, ଗତ ୨୪ ଘଣ୍ଟା ମଧ୍ୟରେ ନିଶ୍ଚିତ ହୋଇଥିବା ପଜିଟିଭ ମାମଲାଗୁଡ଼ିକର ୫୬ ପ୍ରତିଶତ ଏହି ରାଜ୍ୟଗୁଡିକରୁ ଚିହ୍ନଟ ହୋଇଛନ୍ତି।

ସେହିପରି ପୁନରୁଦ୍ଧାର ଏବଂ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ଦୃଷ୍ଟିରୁ ଏହି ରାଜ୍ୟଗୁଡିକ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ସଂଖ୍ୟକ ରିପୋର୍ଟ କରିଛନ୍ତି, ଯାହା ଜାତୀୟ ସଂଖ୍ୟା ୬୫,୦୮୧ ଲୋକଙ୍କ ୫୮.୦୪ ପ୍ରତିଶତ ଅଟେ। ମହାରାଷ୍ଟ୍ର ୧୧,୧୫୮ ରୋଗୀଙ୍କ ପୁନରୁଦ୍ଧାର ରେକର୍ଡ କରିଥିବାବେଳେ ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକରେ ଯଥାକ୍ରମେ ୮,୭୭୨  ଏବଂ ୭,୨୩୮ ରୋଗୀଙ୍କ ପୁନରୁଦ୍ଧାର ରେକର୍ଡ ହୋଇଛି। ତାମିଲନାଡୁରେ ୬,୦୦୮ ସଂଖ୍ୟା ଥିବାବେଳେ ଉତ୍ତରପ୍ରଦେଶରେ ୪,୫୯୭ କୋଭିଡ ରୋଗୀଙ୍କ ପୁନରୁଦ୍ଧାର ରେକର୍ଡ କରାଯାଇଛି।

ମିଳିତ ଭାବରେ ଦେଖିଲେ, ଗତ ୨୪ ଘଣ୍ଟା ମଧ୍ୟରେ ଉପରୋକ୍ତ ପାଞ୍ଚଟି ରାଜ୍ୟ ସମୁଦାୟ ଭାରତରେ ମୃତ୍ୟୁ ସଂଖ୍ୟା ୮୧୯ ର ୬୫.୪ପ୍ରତିଶତ ଅଟେ।  ଅର୍ଥାତ ଉକ୍ତ ୫ରାଜ୍ୟରୁ ୫୩୬ ଜଣଙ୍କରମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ୧୮୪ ଜଣ ମୃତ୍ୟୁ ହୋଇଥିବାବେଳେ କର୍ଣ୍ଣାଟକରେ ୧୧୩, ତାମିଲନାଡୁରେ ୯୧, ଆନ୍ଧ୍ରପ୍ରଦେଶରେ ୮୫ ଏବଂ ଉତ୍ତରପ୍ରଦେଶରେ ୬୩ ପଞ୍ଜିକୃତ ହୋଇଛି।

Also Read:

Share this: