ଆଜି ରାଜ୍ୟରେ ୩୩୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ,ମୋଟ ସୁସ୍ଥ ୬୨ହଜାର ୮୧୩

Share this:

ଭୁବନେଶ୍ଵର : ରାଜ୍ୟରେ ଆଜି  ଆଉ ୩୩୪୩ ଜଣ କରୋନା ( Covid-19 ) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୬୨ ହଜାର ୮୧୩ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୭୩୨  ଜଣ,ଗଞ୍ଜାମ ଜିଲ୍ଲାରୁ ୨୩୮ଜଣ, ସୁନ୍ଦରଗଡ ଜିଲ୍ଲାରୁ ୨୬୧ଜଣ, ଭଦ୍ରକରୁ ୨୪୫ଜଣ, ରାୟଗଡ଼ାରୁ ୨୧୭ଜଣ,କଟକ ଜିଲ୍ଲାରୁ ୧୮୧ ଜଣ, ବାଲେଶ୍ଵରରୁ ୧୫୫ଜଣ, ସମ୍ବଲପୁରରୁ ୧୨୭ଜଣ,ପୁରୀରୁ ୧୨୧ଜଣ, କୋରାପୁଟରୁ ୧୧୯ଜଣ, ମୟୁରଭଞ୍ଜରୁ ୧୧୨ଜଣ, ସୋନପୁରରୁ ୧୦୩  ଜଣ, ବରଗଡ଼ରୁ ୮୪ ଜଣ, କନ୍ଧମାଳରୁ ୬୮ ଜଣ, ବଲାଙ୍ଗୀରରୁ ୬୫ଜଣ, ନୟାଗଡରୁ ୬୦ଜଣ, କଳାହାଣ୍ଡି ଜିଲାରୁ ୫୬ଜଣ, ମାଲକାନଗିରି ଜିଲ୍ଲାରୁ ୫୪ଜଣ, ଢେଙ୍କାନାଳରୁ ୪୯ ଜଣ, ନବରଙ୍ଗପୁରରୁ ୩୬ଜଣ, କେଉଁଝରରୁ ୩୪ଜଣ, ଯାଜପୁରରୁ ୩୨ଜଣ, ଗଜପତିରୁ ୨୭ଜଣ, ଅନୁଗୋଳରୁ ୨୨ ଜଣ, ଝାରସୁଗୁଡାରୁ ୨୦ଜଣ,ନୂଆପଡ଼ାରୁ ୧୧ ଜଣ ଏବଂ ଦେଓଗଡ ଜିଲ୍ଲାରୁ ଜଣେ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ଆଜି ୧୩ କରୋନା ଜନିତ ମୃତ,ମୃତ୍ୟୁ ସଂଖ୍ୟା ୪୪୧କୁ ବୃଦ୍ଧି ହୋଇଛି।

Also Read:

DL ସହିତ ଗାଡି କାଗଜପତ୍ରର ବୈଧତା ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢିଲା, ହେବ ନାହିଁ କୌଣସି କାର୍ଯ୍ୟାନୁଷ୍ଠାନ

ଓଡ଼ିଶାରେ ୬ଟି ମେଡ଼ିକାଲ୍ କଲେଜର ନିର୍ମାଣ କାମ ଚାଲୁଅଛି:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Share this: