ଢେଙ୍କାନାଳ ଜିଲ୍ଲାରେ ପୁଣି ୨୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,୩୩ ଜଣ ସୁସ୍ଥ

Share this:

ଢେଙ୍କାନାଳ: ଆଜି ଢେଙ୍କାନାଳ ଜିଲ୍ଲାରେ୨୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନ ଏନ.ଏ.ଏସି ରୁ ୨ଜଣ,ଭୁବନ ବ୍ଲକ୍ ରୁ ୪ ଜଣ, ସଦର ବ୍ଲକ୍ ରୁ ୨ଜଣ, ହିନ୍ଦୋଳ ବ୍ଲକ୍ ରୁ ୪ ଜଣ, ଢେଙ୍କାନାଳ ମ୍ୟୁନିସିପାଲଟି ରୁ ୧୦ଜଣ,ଗଁଦିଆ ବ୍ଲକ୍ ରୁ ୨ ଜଣ,ଓଡପଡା ବ୍ଲକରୁ ୨ ଜଣ  ଏବଂ ପରଜଂଗ ବ୍ଲକରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସଦରବ୍ଲକ ଆକ୍ରାନ୍ତଙ୍କ ମଧ୍ୟରୁ ମଣିପୁରରୁ ଜଣେ, ବାରଦାରୁ ଜଣେ, ଭୁବନ ବ୍ଲକ୍ ଆଦିପୁରରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ହିନ୍ଦୋଳ ବ୍ଲକର କୁମୁରିସିଂହାରୁ ୩ ଜଣ ଏବଂ ବରଡାପାଳରୁ ଜଣେ, ଢେଙ୍କାନାଳ ମ୍ୟୁନିସିପାଲଟିର କାଲଟାକ୍ସ ରୁ ୪ ଜଣ,ସିମିଳିଆରୁ ୪ ଜଣ,ମାଣ୍ଡବାସାହିରୁ ଜଣେ ଏବଂ ଜଗନ୍ନାଥରୋଡ଼ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେହିପରି ଭୁବନ ଏନ.ଏ.ଏସି ରୁ ୨ଜଣ,ଗଁଦିଆ ବ୍ଲକର ଶଡ଼ଙ୍ଗି ଓ କାଲୁରିଆରୁ ଜଣେ ଲେଖାଏଁ ସମ ଏବଂ ଏସସିବି ରେ ଚିକିତ୍ସିତ ହେଉଥିବାବେଳେ ,ଓଡାପଡା ବ୍ଲକର ଗୁଡିଡିହ ଓ ଗୋପୀବଲଭପୂରରୁ ଜଣେ ଲେଖାଏଁ ,ପରଜଂଗ ବ୍ଲକର ପରଜଂଗ ରୁ ଜଣେ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି।

ଏହି ୨୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ ହୋମ କ୍ୱାରାଣ୍ଟାଇନ୍‌ ରେ ଥିବାବେଳେ ଓ ୪ ଜଣ ହସ୍ପିଟାଲରୁ ଏବଂ ଅନ୍ୟ ୯ ଜଣ ସ୍ଥାନୀୟ ଭାବେ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଲକ୍ଷଣ ଅନୁଯାୟୀ ଢେଙ୍କାନାଳ କୋଭିଡ଼ ହସ୍ପିଟାଲ ,ଗୋବିନ୍ଦପୁର କୋଭିଡ଼ହେଲଥ କେୟାର ଓ ହିନ୍ଦୋଳ କୋଭିଡ଼ହେଲଥ ସେଣ୍ଟର କୁ ପଠାଯାଇଥିବା ବେଳେ ସେମାନେ ରହୁଥିବା ଘର ଏବଂ ସଂଲଗ୍ନ ଅଞ୍ଚଳକୁ ବିଶୋଧନ କରାଯାଇଛି।

ଜିଲ୍ଲାରେ ଚିକିତ୍ସା ପରେ ୩୩ ଆକ୍ରାନ୍ତ ସୁସ୍ଥ ହୋଇଫେରିଛନ୍ତି, ଆଜି ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୫ କୁ ବୃଦ୍ଧି ପାଇଥିବା ବେଳେ ୭୦୮  ଜଣ ସୁସ୍ଥ ହୋଇ ଫେରିଛନ୍ତି। ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ୩୪୫ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

ନିଜର ଏବଂ ପରିବାରର ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ଓ ସଚେତନ ରହିବାକୁ ଜିଲ୍ଲାପାଳ ଶ୍ରୀ ଭୂମେଶ ଚନ୍ଦ୍ର ବେହେରା ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

Also Read:

ଓଡ଼ିଶାରେ ରେକର୍ଡ ସଂଖ୍ୟକ ୨୬୯୮ ଜଣ କରୋନା ପଜିଟିଭ ଚିହ୍ନଟ

ଆଜି ଅନୁଗୋଳ ଜିଲ୍ଲାରୁ ୯ କରୋନା ପଜିଟିଭ ଚିହ୍ନଟ,ମୋଟ ୫୭୯

JIO ର ଏହି ଦୁଇଟି ରିଚାର୍ଜ ପ୍ଲାନରେ ମାଗଣାରେ ଦେଖି ହେବ IPL 2020 ଲାଇଭ୍ ଷ୍ଟ୍ରିମିଂ !

Share this: