JIO ର ଏହି ଦୁଇଟି ରିଚାର୍ଜ ପ୍ଲାନରେ ମାଗଣାରେ ଦେଖି ହେବ IPL 2020 ଲାଇଭ୍ ଷ୍ଟ୍ରିମିଂ !

Share this:

ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଦୁଇଟି ରିଚାର୍ଜ ଯୋଜନା ଆଣୁଛି ଯେଉଁଥିରେ ଉପଭୋକ୍ତାମାନେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL 2020) ର ଅନଲାଇନ୍ ଷ୍ଟ୍ରିମିଂ ସମ୍ପୂର୍ଣ୍ଣ ମାଗଣାରେ ଦେଖିବାର ସୁଯୋଗ ପାଇବେ। ମିଡ଼ିଆ ରିପୋର୍ଟ ଅନୁଯାୟୀ, ଜିଓ ଏବଂ ଷ୍ଟାର ଇଣ୍ଡିଆ ଏକ ଚୁକ୍ତି କରିଛନ୍ତି। ଏହି ଡିଲ୍ ବର୍ତ୍ତମାନ ଚୂଡାନ୍ତ ହୋଇଛି, ଯାହା ଜିଓ ଗ୍ରାହକଙ୍କୁ ମାଗଣାରେ IPL 2020 ଅନଲାଇନ ଦେଖିବାକୁ ସୁଯୋଗ ଦେବ।

JIO ର  ଦୁଇଟି ସ୍ୱତନ୍ତ୍ର ଯୋଜନା ହେଲା ୪୦୧ ଟଙ୍କା ଏବଂ ୨୫୯୯ ଟଙ୍କା।  ଏହି ଯୋଜନା ମାଗଣାରେ IPL 2020 ର ଲାଇଭ୍ ଷ୍ଟ୍ରିମିଂ ଯୋଗାଇବ। ଏହି ଦୁଇଟି ଯୋଜନା ବ୍ୟବହାରକାରୀଙ୍କ ପାଇଁ ପୂର୍ବରୁ ଉପଲବ୍ଧଅଛି।  କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାଗୁଡିକ ଆଇପିଏଲକୁ ବୃଦ୍ଧି କରାଯିବ କି ନାହିଁ ତାହା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇ ନାହିଁ। ରିପୋର୍ଟରେ ଦର୍ଶାଯାଇଛି ଯେ ଜିଓ ବ୍ୟବହାରକାରୀଙ୍କ ପାଇଁ ଯେଉଁମାନେ  ହଟଷ୍ଟାରରେ ସବସ୍କ୍ରାଇବ୍ ହୋଇ ନାହାଁନ୍ତି କିମ୍ବା ମାଗଣା ଆକ୍ସେସ୍ ପାଇ ନାହାଁନ୍ତି, IPL 2020 ଷ୍ଟ୍ରିମିଂ ମାତ୍ର ୫ ମିନିଟ୍ ମଧ୍ୟରେ ସୀମିତ ରହିବ।

ସୂଚନାଯୋଗ୍ୟ,ପୂର୍ବରୁ ୪୦୧ ଟଙ୍କା ପ୍ରିପେଡ୍ ଯୋଜନା ୩ GB ଦୈନିକ ଡାଟା ସହିତ ଜିଓ  ନେଟୱାର୍କରେ ଅସୀମିତ କଲିଂ ଏବଂ ଅନ୍ୟ ନେଟୱାର୍କରେ ହଜାରେ  କଲିଂ ମିନିଟ୍ ଏବଂ ୨୮  ଦିନ ପାଇଁ ପ୍ରତିଦିନ ଶହେ SMS ପ୍ରଦାନ କରିଥାଏ। ଏଥି ସହିତ ୨,୫୯୯ଟଙ୍କା  ପ୍ରିପେଡ୍ ଯୋଜନା ଦିନକୁ ୨ GB ଡାଟା, ଜିଓ ନେଟୱାର୍କରେ ଅସୀମିତ କଲିଂ ଏବଂ ଅନ୍ୟ ନେଟୱାର୍କରେ ୧୨ ହଜାର କଲିଂ ମିନିଟ୍, ୩୬୫ ଦିନ ପାଇଁ ପ୍ରତିଦିନ ଶହେ  SMS ପ୍ରଦାନ କରିଥାଏ।

Share this: