ଓଡ଼ିଶାରେ ରେକର୍ଡ ସଂଖ୍ୟକ ୨୬୯୮ ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର:ରାଜ୍ୟରେ ଆଜି ୨୬୯୮କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୬୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୦୨୩ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ  ସର୍ବାଧିକ ୪୭୫ ଜଣ ଲେଖାଏଁ  ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ୧୬୨ଜଣ, କଟକରୁ ୨୦୭ ଜଣ,କନ୍ଧମାଳ ଜିଲ୍ଲାରୁ୮୧ ଜଣ,କୋରାପୁଟରୁ ୧୪୬ ଜଣ, କେନ୍ଦ୍ରାପଡ଼ାରୁ୮୯ ଜଣ ,କେଉଁଝରରୁ ୨୧  ଜଣ ଓ କଳାହାଣ୍ଡିରୁ ୪୯ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୭୮ ଜଣ ,ସୁନ୍ଦରଗଡ଼ରୁ ୧୦୩ ଜଣ  ଓ ସୋନପୁର ଜିଲ୍ଲାରୁ ୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ ୮୦ଜଣ ,ଜଗତସିଂହପୁରରୁ ୨୧ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୭୨ଜଣ  ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ରୁ ୫୬ ଜଣ, ବାଲେଶ୍ଵରରୁ ୧୦୨ଜଣ ,ବଲାଙ୍ଗୀରି ଜିଲ୍ଲାରୁ ୭୧ ଜଣ ,ବୌଦ୍ଧଜିଲ୍ଲାରୁ ୧୧ ଜଣ ଏବଂ ଭଦ୍ରକ ଜିଲ୍ଲାରୁ ୮୯ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୫୮ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୮୭ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୯୪ ଜଣ ,ନବରଙ୍ଗପୁରରୁ ୯୧ଜଣ ଓ ନୂଆପଡ଼ାରୁ ୩ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି, ଢେଙ୍କାନାଳରୁ ୨୭ ,ଦେଓଗଡ ରୁ ୨ଜଣ ସଂକ୍ରମିତ ହୋଇଛନ୍ତି। ଅନୁଗୋଳରୁ ୨୯ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜ ରୁ ୧୨୮ ଜଣ ଏବଂ ମାଲକାନଗିରିରୁ ୮୧ ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧୧ ଲକ୍ଷ ୭୨ହଜାର ୪୨୬ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୭୨ହଜାର ୭୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୮ ହଜାର ୫୭୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୩ ହଜାର ୬୯୯ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Also Read:

ଆମାଜନର ବେଷ୍ଟ ଅଫ୍ ଟେକ୍ ବିକ୍ରୟ ୨୦୨୦ ଆରମ୍ଭ; ଲାପଟପ୍, ସ୍ମାର୍ଟଫୋନ୍ ବଡ଼ ରିହାତି କିଣିବାର ସୁଯୋଗ

JIO ର ଏହି ଦୁଇଟି ରିଚାର୍ଜ ପ୍ଲାନରେ ମାଗଣାରେ ଦେଖି ହେବ IPL 2020 ଲାଇଭ୍ ଷ୍ଟ୍ରିମିଂ !

ଆଜି ଅନୁଗୋଳ ଜିଲ୍ଲାରୁ ୯ କରୋନା ପଜିଟିଭ ଚିହ୍ନଟ,ମୋଟ ୫୭୯

Share this: