Breaking NewsCORONA UPDATESଜାତୀୟ

ଭାରତରେ ଦିନକରେ ସର୍ବାଧିକ ୫୭ ହଜରରୁ ଅଧିକ ଆରୋଗ୍ୟ;ସୁସ୍ଥତା ହାର ୭୨ %ରୁ ଅଧିକ

Share this:

ପ୍ରତିଦିନ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି କରିବା ଲାଗି ଭାରତ ଏବେ ଦ୍ରୁତ ଗତିରେ କାର୍ଯ୍ୟ କରୁଛି। ଗତ ୨୪ଘଣ୍ଟା ମଧ୍ୟରେ୫୭ ହଜାର ୫୮୪ ଜଣ କୋଭିଡ-୧୯  ରୋଗୀ ସୁସ୍ଥ ହୋଇ ଘରକୁ ଫେରିବା ସହିତ ଆଜି ଦେଶରେ ଗୋଟିଏ ଦିନର ସର୍ବାଧିକ ଆରୋଗ୍ୟ ସଂଖ୍ୟା  ପଞ୍ଜୀକୃତ ହୋଇଛି।

ଏହି ୭୨% ମାଇଲଖୁଣ୍ଟକୁ ସଫଳତାର ସହ ଅତିକ୍ରମ କରିବା ଭାରତର ଆରୋଗ୍ୟ ହାରକୁ ଆହୁରି ଉନ୍ନତ କରିଛି। ଏହାକୁ ପ୍ରଭାବଶାଳୀ ଆବଧାଞ୍ଚଳ କୌଶଳ, ଦୃଢ ଏବଂ ବିସ୍ତୃତ ପରୀକ୍ଷଣ, ଜଟିଳ ରୋଗୀଙ୍କ ଉନ୍ନତ ମାନର ଚିକିତ୍ସା ପରିଚାଳନା ସହିତ ସଫଳ ତଥା ସମନ୍ୱିତ କାର୍ଯ୍ୟକାରିତାର ଫଳ ଭାବେ ବିବେଚନା କରାଯାଉଛି। କୋଭିଡ-୧୯ ରୋଗୀଙ୍କୁ ସାମାନ୍ୟ, ମଧ୍ୟମ ଏବଂ ଜଟିଳ ଭାବେ ବିଭକ୍ତ କରିବା ପାଇଁ ଭାରତ ଏକ ଚିକିତ୍ସା ମାନକ ଅନୁସରଣ କରିଛି ଯାହା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଚିକିତ୍ସା ପରିଚାଳନା ନିୟମାବଳୀରେ ସ୍ପଷ୍ଟ ଭାବରେ ସୂଚିତ କରାଯାଇଛି।

ଅଧିକରୁ ଅଧିକ ରୋଗୀ ସୁସ୍ଥ ହୋଇ ଡାକ୍ତରଖାନାରୁ ଏବଂ ଘରୋଇ ଏକାନ୍ତବାସରୁ ମୁକ୍ତ ହେବା (ସାମାନ୍ୟ ଏବଂ ମଧ୍ୟମ କ୍ଷେତ୍ରରେ) ଦ୍ଵାରା ଭାରତର ଆରୋଗ୍ୟ ସଂଖ୍ୟା ୧୯ ଲକ୍ଷ ୧୯ ହାଜର ୮୪୨। ଏହାଫଳରେ ସକ୍ରିୟ ରୋଗୀଙ୍କ ତୁଳନାରେ ୧୨ ଲକ୍ଷ ୪୨ ହଜାର ୯୪୨ ଜଣ ଅଧିକ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।

ଦେଶରେ ୬ ଲକ୍ଷ ୭୬ ହଜର ୯୦୦ସକ୍ରିୟ ରୋଗୀ ଥିବା ବେଳେ ଏହା ମୋଟ ସଂକ୍ରମିତ ରୋଗୀଙ୍କ ସଂଖ୍ୟାର ମାତ୍ର ୨୫.୫୭ପ୍ରତିଶତ। ଶୀଘ୍ର ଚିହ୍ନଟିକରଣ ଓ ଉତ୍ତମ ଚିକିତ୍ସା ଯୋଗୁଁ  ମୃତ୍ୟୁ ହାର ଆହୁରି ହ୍ରାସ ପାଇ ଆଜି ୧.୯୨%ରେ ପହଞ୍ଚିଛି। 

Share this: