+୨ବିଜ୍ଞାନ ଫଳ ପ୍ରକାଶିତ ,୭୦.୨୧ % ଛାତ୍ରଛାତ୍ରୀ ପାସ
ଭୁବନେଶ୍ଵର: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ( CHSE)ର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷ ଫଳ ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ସୂଚନା ଦେଇଛନ୍ତି। ମୋଟ ୯୭,୩୭୭ ଜଣ ପିଲା ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୬୮,୩୭୪ ଜଣ ପିଲା ପାସ କରିଛନ୍ତି। ଚଳିତ ବର୍ଷ ୭୦.୨୧ ଶତକଡା ଛାତ୍ରଛାତ୍ରୀ ପାସ କରିଛନ୍ତି। ଗତ ବର୍ଷ ପାସ ହାର ୭୨ ପ୍ରତିଶତ ଥିଲା।
ଚଳିତ ବର୍ଷ +୨ ବିଜ୍ଞାନରେ ମୋଟ ୯୭ ହଜାର ୩୭୭ ଛାତ୍ରଛାତୀ ପରୀକ୍ଷା ଦେଇଥିଲେ। ପାସ କରିଥିବା ଛାତ୍ରୀଙ୍କ ସଂଖ୍ୟା ୩୦ ହଜାର ୭୩ ଏବଂ ଛାତ୍ରଙ୍କ ସଂଖ୍ୟା ୩୮ ହଜାର ୩୦୧ ଜଣ ରହିଛି। ପ୍ରଥମ ଶ୍ରେଣୀରେ ୨୫ ହଜାର ୩୩୯, ଦ୍ଵିତୀୟ ଶ୍ରେଣୀରେ ୨୪ ହଜାର ୨୧୨ ଏବଂ ତୃତୀୟ ଶ୍ରେଣୀରେ ୧୭ ହଜାର ୨୬୮ ଜଣ ଛାତ୍ରଛାତୀ ପାସ କରିଛନ୍ତି। ସେହିପରି ୯୦ ଶତାକଡାରୁ ଉର୍ଦ୍ଧ୍ବ ନମ୍ବର ୧୩୭ ଜଣ ଛାତ୍ରଛାତ୍ରୀ ରଖିଛନ୍ତି। ପାସ ହାରରେ ନାୟଗଡରେ ସର୍ବାଧିକ ୮୫.୫୧% ଏବଂ ଝାରସୁଗୁଡା ସର୍ବନିମ୍ନ ୪୦.୭୧% ରହିଛି। ସେହିପରି ପାସ ହାରରେ ୨୦ଟି ଜୁନିୟର କଲେଜ ରେ ଶତପ୍ରତିଶତ ପିଲା ପାସ କରିଛନ୍ତି। ୫ଟି ଜୁନିୟର କଲେଜ ରେ ଜଣେ ହେଲେ କେହି ପାସ କରି ନ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।