ବିଏସପି ବିଧାୟକଙ୍କୁ ହ୍ଵିପଜାରି, ବଢିଲା କଂଗ୍ରେସ ସମସ୍ୟା

Share this:

ଲକ୍ଷ୍ନୌ : ରାଜସ୍ଥାନ କଂଗ୍ରେସ ର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି।  ରାଜସ୍ଥାନ ବିଧାନସଭାରେ କ୍ଷମତା ପ୍ରଦର୍ଶନ କରିବା ପୂର୍ବରୁ ବହୁଜନ ସମାଜ ପାର୍ଟି (ବିଏସପି) ଏହାର ବିଧାୟକଙ୍କୁ ହ୍ଵିପ ଜାରିକରି କଂଗ୍ରେସର ସମସ୍ୟା କୁ ବଢେଇଦେଇଛି। ବିଏସପି ଜାତୀୟ ସାଧାରଣ ସମ୍ପାଦକ ସତୀଶ ମିଶ୍ର ଦଳର ସମସ୍ତ ବିଧାୟକଙ୍କୁ ଏକ ବ୍ୟକ୍ତିଗତ ତଥା ସାମୂହିକ ହ୍ଵିପ ଜାରିକରି କଂଗ୍ରେସ ବିରୋଧରେ ଭୋଟ୍ ଦେବାକୁ କହିଛନ୍ତି, ଯାହାର ଏକ ନକଲ ମଧ୍ୟ ରାଜ୍ୟପାଳଙ୍କୁ ଦିଆଯାଇଛି। ଆଇନ ଅନୁଯାୟୀ ହ୍ଵିପ  ଅନୁସରଣ କରିନଥିବା ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କ ସଦସ୍ୟତା ବାତିଲ କରାଯିବ ବୋଲି ସତୀଶ ମିଶ୍ର ଚେତାବନୀ ଦେଇଛନ୍ତି।

ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି ଯେ କଂଗ୍ରେସର ପ୍ରତାରଣା ଆରମ୍ଭରୁ ହିଁ ରହିଆସିଛି। ସେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଆମ ବିଧାୟକମାନଙ୍କୁ ବନ୍ଦୀ କରି ରଖିଛି।

Share this: