Breaking Newsଜାତୀୟଦେଶ ବିଦେଶ ଟ୍ୱିଟରରେ ପିଏମ ମୋଦୀଙ୍କ ୬ କୋଟି ଫୋଲୟର୍ସ July 19, 2020 MahimaLive 26 Views corona pandemic, covid-19, followers of twitter, internation, national, NEWS UPDATE, TWITTER 1 min read Share this: ନୂଆଦିଲ୍ଲୀ : ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ସହିତ ଜଡିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଲୋକପ୍ରିୟତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଟ୍ୱିଟରରେ ସବୁଠାରୁ ଅଧିକ ଅନୁସରଣ(Followers) କରୁଥିବା ନେତାଙ୍କ ମଧ୍ୟରେ ପିଏମ ମୋଦୀ ଅଛନ୍ତି। ବର୍ତ୍ତମାନ ସମୟରେ ତାଙ୍କ ଟ୍ୱିଟର (Twitter ) ଆକାଉଣ୍ଟରେ ଅନୁସରଣକାରୀଙ୍କ ସଂଖ୍ୟା ୬ କୋଟି ବୃଦ୍ଧି ପାଇଛି। ସୂଚନାଯୋଗ୍ୟ ,ପିଏମ ମୋଦୀ ୨୦୦୯ ରେ ଟ୍ଵିଟର ରେ ଯୋଡି ହୋଇଥଲେ। ଗତ ସେପ୍ଟେମ୍ବର ପର୍ଯ୍ୟନ୍ତ ୫ କୋଟି ଲୋକ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁସରଣ କରୁଥିଲେ। ଯାହା ବର୍ତ୍ତମାନ ୬ କୋଟିରେ ପରିଣତ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଟ୍ୱିଟରରେ ୧କୋଟି ୬୦ ଲକ୍ଷ ଅନୁସରଣକାରୀ ଅଛନ୍ତି। ଏଥି ସହିତ ଏକ କୋଟି ପାଞ୍ଚ ଲକ୍ଷ ଲୋକ ଟ୍ୱିଟରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁସରଣ କରୁଛନ୍ତି। ଟ୍ୱିଟରରେ ସବୁଠାରୁ ଲୋକପ୍ରିୟ ନେତା ହେଉଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଟ୍ୱିଟରରେ 12 କୋଟି ୭ ଲକ୍ଷ ଅନୁସରଣକାରୀ ଅଛନ୍ତି। ଦୁଇ ନମ୍ବରରେ ବର୍ତ୍ତମାନର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଛନ୍ତି। ଟୁଇଟରରେ ଡୋନାଲ୍ଡ ଟ୍ରମ୍ପଙ୍କ ପଛରେ ୮ କୋଟି ୮୩ ଲକ୍ଷ ଲୋକ ଅଛନ୍ତି। ଟ୍ୱିଟରରେ ରାହୁଲ ଗାନ୍ଧୀଙ୍କୁ ୫୨ ଲକ୍ଷ ଲୋକ ଅନୁସରଣ କରୁଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ କୋଟି ୯୯ ଲକ୍ଷ ଲୋକ ଅନୁସରଣ କରୁଛନ୍ତି। FROM THE WEB Share this: