ଦେଶରେ ବର୍ତ୍ତମାନ କୋଭିଡ ମାମଲାର ପ୍ରକୃତ ସଂଖ୍ୟା ମାତ୍ର ୩,୫୮,୬୯୨; ଗତ ୨୪ ଘଣ୍ଟା ମଧ୍ୟରେ ୧୭,୯୯୪ କୋଭିଡ -୧୯ ରୋଗୀ ସୁସ୍ଥ

Share this:

କେନ୍ଦ୍ରର ନେତୃତ୍ୱରେ ରାଜ୍ୟ ତଥା କେନ୍ଦ୍ରାଞ୍ଚଳ ରେ କାର୍ଯ୍ୟକାରୀ ହୋଇଥିବା ଦେଶରେ କୋଭିଡ -୧୯ ର ପ୍ରଭାବଶାଳୀ ପରିଚାଳନା ପାଇଁ ନିଶ୍ଚିତ କରିଛି ଯେ କୋଭିଡ ରୋଗୀଙ୍କ ପ୍ରକୃତ ସଂଖ୍ୟା (କେସ୍ ଲୋଡ୍) ପରିଚାଳନା ଯୋଗ୍ୟ ହୋଇ ରହିଛି। ଆଜି ଦେଶରେ କୋଭିଡ ମାମଲାର ପ୍ରକୃତ ସଂଖ୍ୟା ମାତ୍ର ୩,୫୮,୬୯୨। କୋଭିଡ଼ ୧୯ ରୁ ମୁକ୍ତି ପାଇଥିବା ମାମଲା ସଂଖ୍ୟା ୬,୫୩,୭୫୦ କୁ ବୃଦ୍ଧି ପାଇଛି । ସୁସ୍ଥ ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ସମସ୍ତ ୩,୫୮,୬୯୨ ସକ୍ରିୟ ମାମଲାରେ ଘରୋଇ ଆଇସୋଲେସନ  କିମ୍ବା ଡାକ୍ତରଖାନାରେ ଗୁରୁତର କ୍ଷେତ୍ରରେ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି।

କେନ୍ଦ୍ର ,ରାଜ୍ୟ ଏବଂକେନ୍ଦ୍ର କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଦ୍ଵାରା ସମନ୍ୱିତ ପଦକ୍ଷେପ କୋଭିଡ ମହାମାରୀର ସାମଗ୍ରିକ ପରିଚାଳନାକୁ ସୁନିଶ୍ଚିତ କରିଛି। ଯେଉଁ କ୍ଷେତ୍ରରେ କେସ୍ ଲୋଡ୍ ବୃଦ୍ଧି ପାଉଛି ତାହା ଉପରେ କେନ୍ଦ୍ରୀୟ ଦଳ ପଠାଇ ରାଜ୍ୟ ସରକାରଙ୍କ ଉଦ୍ୟମକୁ ସହାୟତା ଏବଂ ସପ୍ଲିମେଣ୍ଟ ଜାରି ରଖିଛନ୍ତି। କୋଭିଡ ପରିଚାଳନାର ମୂଲ୍ୟାଙ୍କନରେ ରାଜ୍ୟକୁ ସହାୟତା କରିବା ଏବଂ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇବା ପାଇଁ ବିହାରରେ ଏକ କେନ୍ଦ୍ରୀୟ ଦଳ ନିୟୋଜିତ କରାଯାଇଛି। ଏହି ଦଳରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ (ଜନସ୍ୱାସ୍ଥ୍ୟ) ଡକ୍ଟର ଏସକେ ସିଂ  ନୂଆଦିଲ୍ଲୀର ଏମ୍ସ (AIIMS) ର ଆସୋସିଏଟ୍ ପ୍ରଫେସର (ମେଡିସିନ୍) ଡକ୍ଟର ନୀରଜ ନିଶ୍ଚଲ  ଅଛନ୍ତି। ଏହି ଦଳ ଆସନ୍ତାକାଲି ବିହାରରେ ପହଞ୍ଚିବ।

ଗତ ୨୪ ଘଣ୍ଟା ମଧ୍ୟରେ ୧୭,୯୯୪ କୋଭିଡ -୧୯ ରୋଗୀ ସୁସ୍ଥ ହୋଇଛନ୍ତି। ହୋଇଛନ୍ତି। ସୁସ୍ଥତା ହାର ବର୍ତ୍ତମାନ ୬୩ ପ୍ରତିଶତ ରହିଛି।ଆସିଏମଆର (ICMR) ର ନୂତନ ପରୀକ୍ଷଣ ପଦ୍ଧତି ସମସ୍ତ ପଞ୍ଜୀକୃତ ଚିକିତ୍ସକମାନଙ୍କୁ ପରୀକ୍ଷା କରିବାକୁ ଅନୁମତି ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩,୬୧,୦୨୪ ନମୁନା ସ୍କ୍ରିନ କରାଯାଇଛି।  

Share this: