ରାଜ୍ୟରେ ନୂଆ ୫୯୧ କରୋନା ପଜିଟିଭ ଚିହ୍ନଟ,ଗଞ୍ଜାମ ରୁ ସର୍ବାଧିକ
ରାଜ୍ୟରେ ଆଜି ୫୯୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟରରୁ ୩୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୯୭ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୨୫ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୮୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରେ ଜିଲାରେ ୧୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଟକ ରୁ ୩୮ ଜଣ ଓ କେନ୍ଦ୍ରାପଡ଼ା ଓ ମାଲକାନଗିରି ଜିଲ୍ଲା ରୁ ୮ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ମୟୂରଭଞ୍ଜ, ଜଗତସିଂହପୁର ଓ ନବରଙ୍ଗପୁର ରୁ ୨୨ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି। କେଉଁଝର ରୁ ୬ ଜଣ ସଂକ୍ରମିତ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ ୧୯ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଝାରସୁଗୁଡା ଓ ବୌଦ୍ଧ ଜିଲ୍ଲାରୁ ୫ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ୧୮ ଆକ୍ରାନ୍ତ ହୋଇଛନ୍ତି। ପୁରୀ ଜିଲ୍ଲା ରୁ ୬ ଜଣ ଓ ଭଦ୍ରକ ଓ ଦେଓଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ବରଗଡ଼ ଜିଲ୍ଲାରୁ ୩୫ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡ ଜିଲ୍ଲାରୁ ୧୧ ଜଣ ଓ ସମ୍ବଲପୁର ଜିଲ୍ଲାରୁ ୨୦ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି କୋରାପୁଟ ଜିଲ୍ଲା ରୁ ଜଣ ଓ ବଲାଙ୍ଗୀରି ଓ ଢେଙ୍କାନାଳ ଜିଲ୍ଲାରୁ ୯ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ବାଲେଶ୍ଵର ଜିଲ୍ଲା ରୁ ୧୩ ଜଣ ସଂକ୍ରମିତ ହୋଇଛନ୍ତି। ଅନଗୁଳ ଓ ରାୟଗଡ଼ା ଜିଲ୍ଲା ରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩ ଲକ୍ଷ ୭୭ ହଜାର ୮୯୩ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୬,୭୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ଛନ୍ତି। ୧୧,୩୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୯ ଜଣଙ୍କ ର ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫,୨୫୯ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।