Breaking Newsଓଡ଼ିଶା ଘରୋଇ ଚିକିତ୍ସକଙ୍କ ପାଇଁ ଗାଇଡଲାଇନ୍ July 18, 2020 MahimaLive Share this: ଡାକ୍ତର ମାନେ ଅଧିକ କରୋନାର ଶିକାର ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଘରୋଇ ଡାକ୍ତରଙ୍କ ପାଇଁ ଗାଇଡ଼ ଲାଇନ ଯାରିକରିଛନ୍ତି। ବିଶେଷକରି ଯେଉଁ ଡାକ୍ତର ମାନେ କ୍ଲିନିକୁ ଯାଇ ରୋଗୀ ଦେଖୁଛନ୍ତି ସେମାନଙ୍କ ପାଇଁ ଗାଇଡ଼ ଲାଇନ ଜାରି କରିଛନ୍ତି। ଗାଇଡଲାଇନ ଅନୁସାରେ ,ମାସ୍କ ପିନ୍ଧିବା ଓ ହାତ ଧୋଇବା ପାଇଁ ଉତ୍ତମ ବ୍ୟବସ୍ଥା ରହିବ। ରକ୍ତଚାପ ଯାଂଚ ମେସିନ ଓ ଷ୍ଟେଥୋସ୍କୋପ ପ୍ରତି ଯାଂଚ ପରେ ବିଶୋଧନ କରାଯିବ। ଜ୍ଵର ରୋଗୀଙ୍କ ପାଇଁ ସ୍ଵତନ୍ନ ୱାର୍ଡ ଖୋଲିବା ଏବଂ ହଟସ୍ପଟ ଜୋନରୁ ଆସିଥିବା ଲୋକଙ୍କୁ ଗାଇଡ଼ କରିବା ସହ ସେମାନଙ୍କୁ କୋଭିଡ ହସ୍ପିଟାଲ ପଠେଇବେ। ଆସୁଥିବା ସମସ୍ତ ରୋଗୀ ଯେମିତି ମାସ୍କ ପିନ୍ଧିବେ। ହାତ ଧୋଇବେ ନହେଲେ ସାନିଟାଇଜ କରିବେ। କରୋନା ଲକ୍ଷଣ ଥିବା ରୋଗୀ ଆସିଲେ ସ୍ଥାନୀୟ ପ୍ରସାଶନଙ୍କୁ ଜଣାଇବେ। କ୍ଲିନିକ ଭିତରେ କୋଭିଡ଼ -୧୯ ସଚେତନତାପୋଷ୍ଟର ମାରିବେ। ଏଥିସହିତ ସମସ୍ତ ରୋଗୀଙ୍କୁ ପଞ୍ଜିକରଣ କରିବା ବାଧ୍ୟତା ମୂଳକ। ନିୟମ ଉଲ୍ଲଙ୍ଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଇ ଦିଆଯାଇଛି। FROM THE WEB Share this: