ରାଜ୍ୟ ରେ ପୁଣି ୨୧୮ କରୋନା ପଜିଟିଭ
ରାଜ୍ୟରେ ଆଉ ୨୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୧୮୦ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟରରୁ ୧୯୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ୨୦ ଜଣ ସଂକ୍ରମିତ ହୋଇଛନ୍ତି।
ଆଜି ୨୧ ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲା ରୁ ସର୍ବାଧିକ ୪୯ ଜଣ ରହିଛନ୍ତି। ତା ତଳ କୁ ଜଗତସିଂପୁର ରେ ୨୯ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି,ଗଜପତି ଜିଲ୍ଲାରୁ ୨୭ ଜଣ ,ଭଦ୍ରକ ଜିଲାରୁ ୨୫ ଜଣ, ଖୋର୍ଦ୍ଧା ଜିଲାରୁ ୧୭ ଜଣ, ଝାରସୁଗୁଡା ଜିଲାରୁ ୪ ଜଣ, କଟକ ଜିଲାରୁ ୫ ଜଣ, ବାଲେଶ୍ୱର ଜିଲାରୁ ୭ ଜଣ,ସମ୍ବଲପୁର ଜିଲାରୁ ୨, ସୁନ୍ଦରଗଡ ଜିଲାରୁ ୧୧ ଜଣ, ପୁରୀ ୧୦ ଜଣ ,କନ୍ଧମାଳ ଜଣେ , ମୟୂରଭଞ୍ଜ ଜିଲ୍ଲା ରୁ ୯ ଜଣ, ଯାଜପୁର ଜିଲ୍ଲା ରୁ ଜଣେ ,କେନ୍ଦ୍ରାପଡ଼ା ରୁ ୬ ଜଣ ,ନବରଙ୍ଗପୁର ଜିଲ୍ଲାରୁ ଜଣେ,ଅନଗୁଳ ଜିଲ୍ଲାରୁ ଜଣେ,ନୂଆପଡ଼ା ଜିଲ୍ଲାରୁ ୨ ଜଣ ,କେଉଁଝର ଜିଲ୍ଲାରୁ ୨ ଜଣ, ବୌଦ୍ଧ ଜିଲ୍ଲାରୁ ଜଣେ ,କୋରାପୁଟ ଜିଲ୍ଲାରୁ ଜଣେ କରୋନା ରେ ଆକ୍ରନ୍ତ ହୋଇଛନ୍ତି।
ସେହିପରି , ଓଡ୍ରାଫ୍/ଏନଡିଆରଏଫ/ଅଗ୍ନିଶମ ସେବାର ୭ କର୍ମଚାରୀ ସଂକ୍ରମିତ ହୋଇଛନ୍ତି।ଏହି କର୍ମଚାରୀମାନେ ପଶ୍ଚିମବଙ୍ଗରୁ ଅମ୍ଫାନ୍ର ସହାୟତା କାମ ସାରି ଫେରିଥିଲେ ।
ମୋଟ ୧୬୮ ଜଣ କୁ ମିଶାଇ ୪୨୯୧ ଜଣ ସୁସ୍ଥ ହୋଇଛନ୍ତି ।