ଉତ୍ତରପ୍ରଦେଶର କୁଶୀନଗର ବିମାନ ବନ୍ଦରକୁ ଅନ୍ତର୍ଜାତୀୟ ବିମାନବନ୍ଦର ଭାବେ ଘୋଷଣା

Share this:

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଉତ୍ତରପ୍ରଦେଶର କୁଶୀନଗର ବିମାନବନ୍ଦରକୁ ଅନ୍ତର୍ଜାତୀୟ ବିମାନବନ୍ଦର ଘୋଷଣାକୁ ଅନୁମୋଦନ କରିଛି।

କୁଶୀନଗର ବିମାନବନ୍ଦର ଶ୍ରାବସ୍ତୀ, କପିଳାବସ୍ତୁ , ଲୁମ୍ବିନି ପରି ବୌଦ୍ଧ  ସାଂସ୍କୃତିକ ସ୍ଥାନ ନିକଟରେ ଅବସ୍ଥିତ ଓ କୁସିନଗର ନିଜେ ଏକ ବୌଦ୍ଧ  ସାଂସ୍କୃତିକ ସ୍ଥାନ। ଏହାକୁ ଆନ୍ତର୍ଜାତୀୟ ବିମାନବନ୍ଦର ଭାବରେ ଘୋଷିତ କରାଯିବା ଦ୍ୱାରା ବିମାନ ଯାତ୍ରୀମାନଙ୍କ ପାଇଁ ଯୋଗାଯୋଗ ବୃଦ୍ଧି ହେବ ଏବଂ ପ୍ରତିଯୋଗୀତା ମଧ୍ୟ ହୋଇପାରିବ। ଖର୍ଚ୍ଚ ଯାତ୍ରା ପାଇଁ ଅଧିକ ବିକଳ୍ପ ରହିବ। ଆନ୍ତର୍ଜାତୀୟ ସୀମା ସହିତ ଅତି ନିକଟତର ହୋଇଥିବାରୁ ଏହା ସାମରିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।

କୁସିନଗର ଉତ୍ତରପ୍ରଦେଶର ଉତ୍ତର-ପୂର୍ବ ଭାଗରେ ଅବସ୍ଥିତ ଏବଂ ଗୋରଖପୁର ରୁ ପଚାଶ କିଲୋମିଟର ଦୂର  ପୂର୍ବରେ ଅବସ୍ଥିତ ।  ଯେକୌଣସି ଦିନ, ଥାଇଲ୍ୟାଣ୍ଡ, କାମ୍ବୋଡିଆ, ଜାପାନ, ବର୍ମା ଇତ୍ୟାଦି ଦେଶରୁ  ପ୍ରାୟ ଦୁଇ ଶହରୁ ତିନି  ଶହ ଭିତରେ ଭକ୍ତ ଆସି କୁଶିନଗରରେ ପ୍ରାର୍ଥନା କରୁଛନ୍ତି। କୁଶୀନଗର ସହିତ ସିଧାସଳଖ ଆନ୍ତର୍ଜାତୀୟ ସଂଯୋଗ ବିଦେଶୀ ତଥା ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟାକୁ ବହୁଗୁଣିତ କରିବ, ଯାହା ଏହି ଅଞ୍ଚଳର ଅର୍ଥନୈତିକ ବିକାଶ ପାଇଁ ପ୍ରେରଣା ଯୋଗାଇବ। ଆନ୍ତର୍ଜାତୀୟ ବିମାନ ବନ୍ଦର ଦେଶରେ ବୃଦ୍ଧି ପାଉଥିବା ପର୍ଯ୍ୟଟନ ଏବଂ ଆତିଥ୍ୟ ଇକୋସିଷ୍ଟମକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଛି।

Share this: