Breaking Newsଜାତୀୟ

ଯୋଗ ଭେଦଭାବ କରେ ନାହିଁ ଏହା ଏକତାର ଦିନ : ପ୍ରଧାନମନ୍ତ୍ରୀ ମୋଦୀ

Share this:

ଆଜି ସାରା ବିଶ୍ୱରେ କରୋନା ଭାଇରସ୍ ସଙ୍କଟ ମଧ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି । ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଷଷ୍ଠତମ ଆନ୍ତର୍ଜାତୀୟ ଯୋଗ ଦିବସରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା । ଏହି ଦିନ ଏକତା ଏବଂ ସର୍ବଭାରତୀୟ ଭାଇଚାରା ର ଦିନ। ଏହା ଏକତା ପାଇଁ ଏକ ଶକ୍ତି ଭାବରେ ଉଭା ହୋଇଛି ଏବଂ ମାନବିକତାର ଭାବନା ର ବିଶ୍ୱାସ ସୃଷ୍ଟି କରିଛି ।

ଏ ବର୍ଷ କୋରୋନ ହେତୁ ସାମୁହିକ ଭାବେ ଯୋଗ ଆୟୋଜନ କରିବା କୁ କେନ୍ଦ୍ର ସରକାର ମନା କରିଛନ୍ତି । ଲୋକମାନେ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ସଂଯୋଗ କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି ‘ଘରେ ଯୋଗ କର ଓ ପରିବାର ସହିତ ଯୋଗ କର’। ଯୋଗ ଦିବସ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ୟମରେ ୨୦୧୫  ଠାରୁ ପ୍ରତିବର୍ଷ ୨୧  ଜୁନ୍ ରେ ପାଳନ ହେଇଆସୁଛି ।

Share this: