Odisha Driving licence online apply : ଡ୍ରାଇଭିଂ ଲାଇସେନ୍ସ ପାଇଁ ମେଡ଼ିକାଲ ପ୍ରମାଣପତ୍ର ବାଧ୍ୟତାମୂଳକ

Share this:

ଭୁବନେଶ୍ଵର: Driving licence online apply Odisha ଅନ୍‌ଲାଇନରେ ଡିଏଲ୍ ପାଇଁ ମେଡ଼ିକାଲ ପ୍ରମାଣପତ୍ର ବାଧ୍ୟତାମୂଳକ। ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ ପ୍ରକ୍ରିୟାକୁ ସରଳୀକରଣ କରାଯାଇଛି। ପରିବହନ ବିଭାଗ ଏଥିପାଇଁ ଡିଏଲ୍‍ ଓ ଏଲ୍‍ଏଲ୍‍ ସେବା ପାଇଁ ଆଧାର ଇଣ୍ଟିଗ୍ରେଟେଡ୍‍ ଫେସ୍‍ଲେସ୍‍ ସେବା ଆରମ୍ଭ କରିବ।

ସୂଚନା ଅନୁସାରେ, ଏହି ବ୍ୟବସ୍ଥା ଜରିଆରେ ଡାକ୍ତରୀ ପ୍ରମାଣପତ୍ରର ଅନ୍‍ଲାଇନ୍‍ ପ୍ରଦାନ କରିବାକୁ ବାଧ୍ୟତାମୂଳକ କରାଯାଇଥିବା ରାଜ୍ୟ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଚାହୁଁଥିବା କିମ୍ବା ନବୀକରଣ କରିବାକୁ ଚାହୁଁଥିବା ୪୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ମେଡ଼ିକାଲ ପ୍ରମାଣପତ୍ର ବାଧ୍ୟତାମୂଳକ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସେହିପରି ଫର୍ମ 1(A) ରେ ଡାକ୍ତରୀ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ନିଷ୍ପରି ନିଆଯାଇଛି। ସାରଥ ପୋର୍ଟାଲରେ ଆବଶ୍ୟକ ସୁବିଧା ଯୋଗାଇ ଦିଆଯାଇଛି। ଏହି ପୋର୍ଟାଲରେ ଏମ୍‌ବିବିଏସ୍ ଡିଗ୍ରୀ କିମ୍ବା ତଦୂର୍ଣ୍ଣ ଥିବା ଯେକୌଣସି ଡାକ୍ତର ପଞ୍ଜୀକୃତ କରି ମେଡିକାଲ ସାର୍ଟିଫିକେଟ ସିଧାସଳଖ ଦେଇପାରିବେ। ବର୍ତ୍ତମାନ ପୋର୍ଟାଲରେ ପଞ୍ଜୀକରଣ କରିପାରିବେ। ଡାକ୍ତରଙ୍କ ପଞ୍ଜୀକରଣ ସମ୍ପୂର୍ଣ୍ଣ ମାଗଣା କରାଯାଇଛି।

Advertisement

ପରିବହନ ବିଭାଗ ଅନୁସାରେ ଏବେଠାରୁ କେହି ନକଲି ଡାକ୍ତରୀ ପ୍ରମାଣପତ୍ର ଅପ୍‌ଲୋଡ୍ କରିପାରିବେ ନାହିଁ। ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ସ୍ଵଛ କରିବା ପାଇଁ ପୋର୍ଟାଲ ତିଆରି ହୋଇଛି। ଲାଇସେନ୍ସ ଆବେଦନକାରୀ ବିନା ଅସୁବିଧାରେ ସିଧାସଳଖ ଡାକ୍ତରୀ ପ୍ରମାଣପତ୍ର ପାଇପାରିବେ। ଯେଉଁ ଡାକ୍ତରମାନେ ସ୍ୱେଚ୍ଛାକୃତ ଭାବେ ପୋର୍ଟାଲ ମାଧ୍ୟମରେ ମେଡିକାଲ ସାର୍ଟିଫିକେଟ୍ ଦେବାକୁ ଚାହିଁବେ ସେମାନଙ୍କୁ ଆଇଡି ଏବଂ ପାସ୍ୱାର୍ଡ ପ୍ରଦାନ କରାଯିବ। ସେମାନଙ୍କୁ ସାରଥ ପୋର୍ଟାଲରେ ଆବେଦନକାରୀଙ୍କ ପ୍ରମାଣପତ୍ର ଇଲେକ୍ଟ୍ରୋନିକାଲ ଅପ୍‌ଲୋଡ କରିବାକୁ ପଡ଼ିବ। ଏଲ୍‌ଏଲ୍‌ଲାଇସେନ୍ସ (LL) ଏବଂ ଡ୍ରାଇଭିଂ ଲାଇସେନ୍ସ ( DL ) ପାଇଁ ପରିବହନ ବିଭାଗ ଆଧାର ଇଣ୍ଟିଗ୍ରେଟେଡ୍ ଫେସ୍‌ଲେସ୍ ସେବା ଆରମ୍ଭ କରିବାକୁ ଯାଉଛି (Odisha Driving licence online apply)।

ଏହି ବ୍ୟବସ୍ଥା ମାଧ୍ୟମରେ ଅନ୍‌ଲାଇନ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯିବ। ସେହିପରି ଆଗାମୀ ଦିନରେ ଆରଟିଓ ସମ୍ପର୍କିତ ମେଡିକାଲ ସାର୍ଟିଫିକେଟର ଅନ୍‌ଲାଇନ ଜେନେରେଟ୍‌କୁ ମଧ୍ୟ ବାଧ୍ୟତାମୂଳକ କରାଯିବ।

FROM THE WEB

Share this:

Leave a Reply

Your email address will not be published. Required fields are marked *