Odisha Weather Today : ବର୍ଷା ଧୋଇନେବ ଦଶହରା, ଆସନ୍ତା ୪ ଦିନ ପ୍ରବଳ ବର୍ଷା; ୟେଲୋ ୱାର୍ଣ୍ଣିଂ ଜାରି

Share this:

ଭୁବନେଶ୍ୱର (ବ୍ୟୁରୋ): Odisha Weather Updates For next 4 Days ଓଡ଼ିଶାରେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ (Odisha Weather) ସକ୍ରିୟ ରହିଛି। ଫଳରେ ରବିବାରଠାରୁ ବର୍ଷାର ପ୍ରଭାବ ବଢିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ଵରରୁ ଏମିତି ସୂଚନା ମିଳିଛି।  

ଗତକାଲି ରବିବାର ବୌଦ, କୋରାପୁଟ, କଳାହାଣ୍ଡି, ଅନୁଗଳ, ସୁନ୍ଦରଗଡ଼ ଆଦି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇଯାଇଛି। ବୌଦରେ ସର୍ବାଧିକ ୩୫ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ  କୋରାପୁଟରେ ୩୨.୫ ମିମି, ହୀରାକୁଦରେ ୨୬.୨, ଭବାନୀପାଟଣାରେ ୨୭, ତାଳଚେରରେ ୧୫, ସୁନ୍ଦରଗଡ଼ରେ ୧୦.୨ ଓ ପାରଳାଖେମୁଣ୍ଡିରେ ୧୨.୨ ମିମି ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛ।


ସେହିପରି ଆଜି ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଅନୁଗୁଳ ଏବଂ ଢେଙ୍କାନାଳରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତାକାଲି ମଙ୍ଗଳବାର ଗଞ୍ଜାମ, ଗଜପତି, ପୁରୀ ଓ ଖୋର୍ଦ୍ଧାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ମୟୂରଭଞ୍ଜ, ରାୟଗଡ଼ା, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‍ସିଂହପୁର ଓ ନୟାଗଡ଼ରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ବୁଧବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, କଟକ, ଜଗତ୍‌ସିଂହପୁର, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ସତର୍କ ସୂଚନା ରହିଛି। ସେହିପରି ଗୁରୁବାର ନୂଆପଡ଼ା, ବରଗଡ଼, ନବରଙ୍ଗପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବାର ପାଣିପାଗ କେନ୍ଦ୍ର ଅନୁମାନ କରିଛି।

Read Also | HSRP Registration Odisha : ଏଥର ନଭେମ୍ବର ୧ରୁ ଯାଞ୍ଚ ହେବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ, Apply Online

[amazon_auto_links id=”10233″]


Share this:

Leave a Reply

Your email address will not be published. Required fields are marked *