Kabul Education Centre Blast: କାବୁଲ ଶିକ୍ଷା କେନ୍ଦ୍ର ବିସ୍ଫୋରଣରେ ୪୬ ଛାତ୍ରୀଙ୍କ ସମେତ ୫୩ ଜଣଙ୍କ ମୃତ୍ୟୁ

Share this:

କାବୁଲ: Kabul Education Centre Blast Updates କାବୁଲ ଶିକ୍ଷା କେନ୍ଦ୍ର ବିସ୍ଫୋରଣର ୭୨ଘଣ୍ଟା ପରେ ଆଫଗାନିସ୍ତାନ (Afghanistan Education Centre) ରାଜଧାନୀର ପଶ୍ଚିମ ଭାଗରେ ଆଉ ଏକ ବିସ୍ଫୋରଣ ଘଟି ୫୩ ଜଣଙ୍କ  ମୃତ୍ୟୁ ଘଟିଛି। ଯେଉଥିରେ ୪୬ଜଣ ବାଳିକା ଏବଂ ୭ଜଣ ମହିଳା ଅଛନ୍ତି। ଆତଙ୍କବାଦୀମାନେ ଏହି ଅଞ୍ଚଳକୁ ଟାର୍ଗେଟ କରି ଅନ୍ୟ ଏକ ଜନବହୁଳ ଅଞ୍ଚଳକୁ ବିସ୍ଫୋରଣ କରିଥିଲେ।

ରିପୋର୍ଟରେ କୁହାଯାଇଛି ଯେ ଏହି ବିସ୍ଫୋରଣ କାବୁଲର ୬ତମ ପୋଲିସ୍  (6th Police District) ଡିଷ୍ଟ୍ରିକ୍ଟର ପଶ୍ଚିମ ଭାଗରେ ଦିନ ପ୍ରାୟ ୨ଟା ସମୟରେ ଘଟିଛି। ସହିଦ ମଜାରୀ ଅଞ୍ଚଳରେ (Shahid Mazari Road) ଏହି ବିସ୍ଫୋରଣ ହାଜାରା ଜନବହୁଳ ଅଞ୍ଚଳ ବୋଲି ଜଣାପଡିଛି। ଏହାପୂର୍ବରୁ ୩୦ସେପ୍ଟେମ୍ବରରେ କାବୁଲର ଏକ ଶିକ୍ଷାନୁଷ୍ଠାନ (Kabul Education Centre) ରେ ବିସ୍ଫୋରଣ ଘଟିଥିଲା ​​ଯେଉଁଥିରେ ୧୯ଜଣଙ୍କର ମୃତ୍ୟୁ ଘଟିଥିଲା।

tv

ବିସ୍ଫୋରଣ ଏବଂ ଆହତଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଅଧିକ ସୂଚନା ମିଳିପାରି ନାହିଁ। ତାଲିବାନର ଅଧିକାରୀମାନେ ଏପର୍ଯ୍ୟନ୍ତ ବିସ୍ଫୋରଣ ସମ୍ପର୍କରେ କୌଣସି ବିବୃତ୍ତି ଜାରି କରିନାହାଁନ୍ତି। ମିଳିତ ଜାତିସଂଘ ଆଜି କହିଛି ଯେ କାଜ ଶିକ୍ଷା କେନ୍ଦ୍ରରେ ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୫୩ କୁ ବୃଦ୍ଧି ପାଇଛି। ଏହି ବିସ୍ଫୋରଣରେ ଆହତଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି।

ଆଫଗାନିସ୍ତାନରେ ମିଳିତ ଜାତିସଂଘ ମିଶନ ଟୁଇଟ୍ କରି କହିଛି ଯେ ଶୁକ୍ରବାର ଦିନ ଆଫଗାନିସ୍ତାନର ରାଜଧାନୀର ହଜାରା ଅଞ୍ଚଳରେ ଶିକ୍ଷାନୁଷ୍ଠାନ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଏହି ବିସ୍ଫୋରଣରେ ବାଳିକା ଏବଂ ମହିଳାମାନେ ବିସ୍ପୋରଣର ଶିକାର ହୋଇଥିଲେ ଯେଉଁଠାରେ ଆହତଙ୍କ ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି।

Share this:

Leave a Reply

Your email address will not be published. Required fields are marked *