Covid-19 Odisha News: ଆଜି ଓଡିଶାରୁ ୧୫୩୯ କରୋନା ପଜିଟିଭ ଚିହ୍ନଟ, ୨୪ ମୃତ୍ୟୁ

Share this:

ଭୁବନେଶ୍ଵର: Covid-19 Odisha News ଓଡିଶାରେ ଆଜି ୧୫୩୯  କୋଭିଡ-୧୯ (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କୋଭିଡ ନିୟମ ପାଳନ କରି ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ରହିବାରେ ସହାୟକ ହୁଅନ୍ତୁ। ଏଥିସହିତ ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୩୪୨ଜଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୮୯୭ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୬୪୨ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳ ଜିଲ୍ଲାରରୁ ୧୧୯ଜଣ, ବାଲେଶ୍ଵରରୁ ୪୦ଜଣ, ବରଗଡ଼ରୁ ୨୩ଜଣ, ଭଦ୍ରକରୁ ୨୫ଜଣ, ବଲାଙ୍ଗୀରିରୁ ୧୦ଜଣ, ବୌଦରୁ ୨୭ଜଣ, କଟକରୁ ୮୫ଜଣ, ଦେଓଗଡ଼ରୁ ୩୭ଜଣ, ଢେଙ୍କାନାଳରୁ ୧୧ଜଣ, ଗଜପତିରୁ ୪୪ଜଣ, ଗଞ୍ଜାମରୁ ୫୫ଜଣ, ଜଗତସିଂପୁରରୁ ୩୫ଜଣ, ଯାଜପୁରରୁ ୫୦ଜଣ, ଝାରସୁଗୁଡାରୁ ୨୩ଜଣ, କଳାହାଣ୍ଡିରୁ ୩୫ଜଣ, କନ୍ଧମାଳରୁ ୨୦ଜଣ, କେନ୍ଦ୍ରାପଡ଼ାରୁ ୩୮ଜଣ, କେଉଁଝରରୁ ୫୩ଜଣ, କୋରପୁଟରୁ ୭୨ଜଣ, ମାଲକାନଗିରିରୁ ୧ଜଣ, ମୟୁରଭଞ୍ଜରୁ ୫୩ଜଣ, ନବରଙ୍ଗପୁରୁ ୩୨ଜଣ, ନୟାଗଡ଼ରୁ ୩୬ଜଣ, ନୂଆପଡ଼ାରୁ ୨୬ଜଣ, ପୁରୀରୁ ୩୩ଜଣ, ରାୟଗଡାରୁ ୭୫ଜଣ, ସମ୍ବଲପୁରରୁ ୬୫ଜଣ, ସୋନପୁରରୁ ୧୭ଜଣ, ସୁନ୍ଦରଗଡରୁ ୧୨୪ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୫୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୮୩ ଲକ୍ଷ ୫୫ ହଜାର ୯୩୭ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୭୬ ହଜାର ୧୧୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨ହଜାର ୪୮୩ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୫୩ ହଜାର ୯୧୪ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୩ ହଜାର ୨୮୫ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ସେହିପରି ରାଜ୍ୟରେ ୨୪ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୮୬୨ କୁ ବୃଦ୍ଧି ପାଇଛି।

Share this: