Covid-19 Odisha News: ଆଜି ଓଡିଶାରୁ୧୫୦୩ କରୋନା ପଜିଟିଭ ଚିହ୍ନଟ, ୨୧ ମୃତ୍ୟୁ

Share this:

ଭୁବନେଶ୍ଵର: Covid19 Odisha News ଓଡିଶାରେ ଆଜି ୧୫୦୩ କୋଭିଡ-୧୯ (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୩୨୯ ଜଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୮୭୩ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୬୩୦ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳ ଜିଲ୍ଲାରରୁ ୫୧ଜଣ, ବାଲେଶ୍ଵରରୁ ୩୦ଜଣ, ବରଗଡ଼ରୁ ୨୧ଜଣ, ଭଦ୍ରକରୁ ୨୦ଜଣ, ବଲାଙ୍ଗୀରିରୁ ୩୩ଜଣ, ବୌଦରୁ ୧୦ଜଣ, କଟକରୁ ୮୩ଜଣ, ଦେଓଗଡ଼ରୁ ୨୫ଜଣ, ଢେଙ୍କାନାଳରୁ ୪୨ଜଣ, ଗଜପତିରୁ ୩୭ଜଣ, ଗଞ୍ଜାମରୁ ୨୬ଜଣ, ଜଗତସିଂପୁରରୁ ୪୨ଜଣ, ଯାଜପୁରରୁ ୫୫ଜଣ, ଝାରସୁଗୁଡାରୁ ୧୭ଜଣ, କଳାହାଣ୍ଡିରୁ ୪୦ଜଣ, କନ୍ଧମାଳରୁ ୧୭ଜଣ, କେନ୍ଦ୍ରାପଡ଼ାରୁ ୧୯ଜଣ, କେଉଁଝରରୁ ୩୬ଜଣ, କୋରପୁଟରୁ ୨ଜଣ, ମାଲକାନଗିରିରୁ ୮ଜଣ, ମୟୁରଭଞ୍ଜରୁ ୧୦୮ଜଣ, ନବରଙ୍ଗପୁରୁ ୧୯ଜଣ, ନୟାଗଡ଼ରୁ ୫୩ଜଣ, ନୂଆପଡ଼ାରୁ ୨୫ଜଣ, ପୁରୀରୁ ୫୪ଜଣ, ରାୟଗଡାରୁ ୩୧ଜଣ, ସମ୍ବଲପୁରରୁ ୨୬ଜଣ, ସୋନପୁରରୁ ୨୨ଜଣ, ସୁନ୍ଦରଗଡରୁ ୧୫୭ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୬୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୮୧ ଲକ୍ଷ ୭୬୫ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୬୯ ହଜାର ୮୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୩ ହଜାର ୬୨୧ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୪୧ ହଜାର ୫୯୭ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୯  ହଜାର ୩୮୬ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ସେହିପରି ରାଜ୍ୟରେ ୨୧ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୭୭୫ କୁ ବୃଦ୍ଧି ପାଇଛି।

Read Also | Omicron Sub-Variant: ଦ୍ରୁତ ଗତିରେ ବଢୁଛି ଓମିକ୍ରନ୍ ସବ୍-ଭାରିଆଣ୍ଟ, WHO ର ଚେତାବନୀ

Share this:

Leave a Reply

Your email address will not be published. Required fields are marked *