Covid19 Angul:ପୁଣି ବଢିଲା କରୋନା,ଆଜି ଅନୁଗୁଳ ଜିଲ୍ଲାରୁ ୫୦୩ ପଜିଟିଭ ଚିହ୍ନଟ

Share this:

ଅନୁଗୁଳ: ଆଜି ଅନୁଗୁଳ (Angul) ଜିଲ୍ଲାରେ ପୁଣି  ୫୦୩ ଜଣ ନୂଆ କରୋନା ପଜିଟିଭ (Corona Positive) ଚିହ୍ନଟ ହୋଇଥିବାର ଜଣାପଡିଛି। ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୨ ହଜାର ୭୦୦ରେ ପହଞ୍ଚିଲା।

ଆଜି ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରେ ବଅଁରପାଳ ବ୍ଳକ୍‌ ଅଂଚଳରୁ ୧୧୨ଜଣ (୭୮ଜଣ ପୁରୁଷ ଓ ୩୪ଜଣ ମହିଳା), କିଶୋରନଗର ବ୍ଲକ୍‌ ଅଂଚଳରୁ ୮୬ଜଣ (୫୩ଜଣ ପୁରୁଷ ଓ ୩୩ଜଣ ମହିଳା), ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୮୫ଜଣ (୪୯ ଜଣ ପୁରୁଷ ଓ ୩୬ଜଣ ମହିଳା), ତାଳଚେର ବ୍ଲକ୍ ଅଂଚଳରୁ ୪୮ଜଣ (୨୭ ଜଣ ପୁରୁଷ ଓ ୨୧ଜଣ ମହିଳା), ଅନୁଗୋଳ ବ୍ଲକ୍ ଅଂଚଳରୁ ୪୧ଜଣ (୨୪ଜଣ ପୁରୁଷ ଓ ୧୭ଜଣ ମହିଳା), ପାଳଲହଡା ବ୍ଳକ୍ ଅଂଚଳରୁ ୩୪ଜଣ (୨୦ଜଣ ପୁରୁଷ ଓ ୧୪ଜଣ ମହିଳା), ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୩୩ଜଣ (୧୯ଜଣ ପୁରୁଷ ଓ ୧୪ଜଣ ମହିଳା), କଣିହାଁ ବ୍ଳକ୍ ଅଂଚଳରୁ ୨୩ଜଣ (୧୨ଜଣ ପୁରୁଷ ଓ ୧୧ଜଣ ମହିଳା), ଅନୁଗୋଳ ପୌରାଞ୍ଚଳରୁ ୧୯ଜଣ (୧୦ଜଣ ପୁରୁଷ ଓ ୯ଜଣ ମହିଳା), ତାଳଚେର ପୌରାଞ୍ଚଳରୁ ୧୧ଜଣ (୬ ଜଣ ପୁରୁଷ ଓ ୫ଜଣ ମହିଳା) ଓ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୧୧ଜଣ (୧୧ ଜଣ ପୁରୁଷ ) ଅଛନ୍ତି।

ଆଜି ଜିଲାରୁ ଚିହ୍ନଟ ହୋଇଥିବା ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡ ଓ ୧୦୩ ଜଣଙ୍କୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଙ୍କୁ ନିଜ ଘରେ Isolation ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି।

ଆଜି ଅନୁଗୋଳ ଜିଲ୍ଲାରୁ ୭୪୨ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୯୪ଜଣ କରୋନାରେ ମୃତ୍ୟୁବରଣ କଲେଣି।

Also Read | Covid-19 ରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ କେନ୍ଦ୍ରର ଆର୍ଥିକ ସହାୟତା, ପରିବାର ପାଇବେ ପାଞ୍ଚ ଲକ୍ଷ ଟଙ୍କା

[amazon_auto_links id=”9939″]
Share this: