Breaking Newsଓଡ଼ିଶା

Odisha Budget: ଉପସ୍ଥାପିତ ହେଲା ରାଜ୍ୟ ବଜେଟ; ମୋଟ ୧ ଲକ୍ଷ ୭୦ ହଜାର କୋଟିର ବ୍ୟୟବରାଦ

Share this:

ଭୁବନେଶ୍ଵର: ଆଜି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ (Finance Minister Niranjan Pujari) ବର୍ଷ ୨୦୨୧-୨୨ ପାଇଁ ରାଜ୍ୟ ବଜେଟ୍ (Budget) ବିଧାନସଭାରେ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ଙ୍କ ଉପସ୍ଥିତିରେ ମନ୍ତ୍ରୀ  ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ କୋଭିଡ୍‌ ମହାମାରୀ (Covid-19) ମାନବଜାତିକୁ ବଡ଼ ସଙ୍କଟରେ ପକାଇଥିଲା। ସରକାରଙ୍କ ସକରାତ୍ମକ ଚିନ୍ତାଧାରା ମହାମାରୀକୁ ମୁକାବିଲା କରିପାରିଥିଲା। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ (WHO) ଓଡ଼ିଶା (Odisha) କୁ ପ୍ରଶଂସା କରିଛନ୍ତି। ଆଉ କିଛି ଦିନ ଆମକୁ ସତର୍କ ଓ ସାବଧାନ ରହିବାକୁ ପଡ଼ିବ। ଇ-ବଜେଟ (E-Budget) ଉପସ୍ଥାପନରେ ଓଡ଼ିଶା ଦେଶରେ ପ୍ରଥମ।

ନୂଆ ଆର୍ଥିକ ବର୍ଷ ପାଇଁ ମୋଟ ୧ ଲକ୍ଷ ୭୦ ହଜାର କୋଟିର ବ୍ୟୟବରାଦ କରାଯାଇଛି। ପ୍ରଶାସନିକ ବ୍ୟୟ ପାଇଁ ୮୫ ହଜାର କୋଟି ଟଙ୍କା, କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୭୫ ହଜାର କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ପାଇଁ ୩ ହଜାର ୫୦ କୋଟି ଟଙ୍କା,ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ପାଇଁ ୬ ହଜାର ୯ଶହ ୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୨୫ହଜାର ୭୮୮ କୋଟି ଟଙ୍କାର ପୁଞ୍ଜି ବ୍ୟୟବରାଦ ଅଟକଳ କରାଯାଇଛି।

କେଉଁ ବିଭାଗକୁ କେତେ ବ୍ୟୟବରାଦ :

  • କାଳିଆ ଯୋଜନା ପାଇଁ ୧୮୦୦କୋଟି ଟଙ୍କା
  • ବିହନ ପାଇଁ ୧୦୦ କୋଟି ଏବଂ ସାର ପାଇଁ ୧୦୦କୋଟି ଅତିରିକ୍ତ ପାଣ୍ଠି
  • ଏସିବିକୁ ଏମ୍ସ ପ୍ଲସ ଇନଷ୍ଟିଚ୍ୟୁଟରେ ପରିଣତ କରିବାକୁ ୩୫୦୦କୋଟି
  • ପୁରୀର ବିକାଶ ପାଇଁ ଅବଢ଼ା ଯୋଜନାରେ ୫୪୨କୋଟି
  • ଏକାମ୍ର କ୍ଷେତ୍ର ପାଇଁ ୨୦୦ କୋଟି ଏବଂ ସମଲେଇ କ୍ଷେତ୍ର ପାଇଁ ୨୦୦କୋଟି ଟଙ୍କା
  • ରାଉରକେଲାରେ ହକି ଷ୍ଟାଡିୟମ ନିର୍ମାଣ ପାଇଁ ୯୦କୋଟି
  • ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ସ୍ୱାସ୍ଥ୍ୟ ବୀମା ପାଇଁ ୯ହଜାର ୧୬୪ କୋଟି
  • ଉଦ୍ୟାନ କୃଷି ବିକାଶ ପାଇଁ ୧୩୨କୋଟି
  • ଓଡିଆ ଭାଷା, ସଂସ୍କୃତି ଓ ଐତିହ୍ୟର ପ୍ରୋତ୍ସାହନ ପାଇଁ ୧୩୫ କୋଟି
  • ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଲାଗି ୫୧ କୋଟି
  • ଐତିହ୍ୟସ୍ଥଳୀର ସୁରକ୍ଷା ଓ ସଂରକ୍ଷଣ ପାଇଁ ୮ କୋଟି
  • ମଧୁବାବୁ ପେନସନ ଯୋଜନାରେ ୧ ହଜାର ୯ କୋଟି
  • ମୋ ସ୍କୁଲ ଯୋଜନା ପାଇଁ ୨୫୩ କୋଟି ଟଙ୍କା
  • ମୋ କଲେଜ ଯୋଜନା ପାଇଁ ୭ କୋଟି
  • ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୪୫୦କୋଟି
  • କଳାହାଣ୍ଡି ଓ ନବରଙ୍ଗପୁରରେ ୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ ମୋଟ ୨ ହଜାର ୨୫୮କୋଟି
  • ବନ୍ୟା ନିୟନ୍ତ୍ରଣ ପାଇଁ ମୋଟ ୭୧୦କୋଟି
  • ପାର୍ବତୀ ଗିରି ଜଳସେଚନ ଯୋଜନା ପାଇଁ ୮୬୦ କୋଟି
  • ଗଭୀର ନଳକୂପ ଖନନ ପାଇଁ ୩୮୯କୋଟି
  • ନବକୃଷ୍ଣ ଚୌଧୁରୀ ଜଳସେଚନ ଯୋଜନାରେ ୭୭କୋଟି
  • ଅଚଳ ଉଠା ଜଳସେଚନ ପଏଣ୍ଟର  ପୁନଃରୁଦ୍ଧାର ପାଇଁ ୧୬୦କୋଟି
  • ବିପର୍ଯ୍ୟୟରେ କ୍ଷତିପୂରଣ ପାଇଁ ୫୬୦କୋଟି
  • ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ୧୪୧୫କୋଟି
  • ମାଛ ବଜାର ପାଇଁ ୧୦୦କୋଟି
  • ପଶୁଙ୍କୁ ଚିକିତ୍ସା ପାଇଁ ପଶୁ ହେଲପ ଲାଇନ ନମ୍ବର ସେବା ଆରମ୍ଭ
  • କୃଷି ବଜେଟ ପାଇଁ ମୋଟ ୧୭ ହଜାର ୪୬୮କୋଟି ଟଙ୍କା
  • ଓମ୍ବାଡସି ଓ ଡିଏମଏଫରୁ କୃଷି କ୍ଷେତ୍ରରେ ୪୪୭କୋଟି
  • ମନରେଗାରୁ ୧୯୬୬କୋଟି ଟଙ୍କା କୃଷି କ୍ଷେତ୍ରରେ ବିନିଯୋଗ
  • ସହରଗୁଡିକୁ ନିର୍ମଳ ରଖିବାକୁ ୩ ଶହ ୯୫ କୋଟି ଟଙ୍କା
  • ଅର୍ବାନ ସ୍ୱରେଜ ପ୍ରକଳ୍ପ ପାଇଁ ୧ ଶହ ୬୦ କୋଟି ଟଙ୍କା
  • ଅର୍ବାନ ସାନିଟେସନ ପ୍ରକଳ୍ପ ପାଇଁ ୧ ଶହ ୯୦ କୋଟି ଟଙ୍କା
  • ସ୍ୱଚ୍ଛ ଭାରତ ମିଶନ ଅଧିନରେ ଗ୍ରାମାଞ୍ଚଳକୁ ୨ ଶହ କୋଟି ଟଙ୍କା
  • ସ୍ୱଚ୍ଛ ଭାରତ ମିଶନ ସହରାଞ୍ଚଳକୁ ୨ ଶହ ୧୫କୋଟି ଟଙ୍କା
  • ହାତୀ କରିଡର ବିଦ୍ୟୁତ୍‌ ଯୋଗାଣ ପାଇଁ ୧୨୦ କୋଟି
  • ବିଜୁ ଏକ୍ସ ପ୍ରେସ୍‌ ୱେ ପାଇଁ ୧୦୦କୋଟି
  • ବିଜୁ ସେତୁ ଯୋଜନା ପାଇଁ ୯୧୨ କୋଟି
  • ୧ ଟଙ୍କାରେ ଚାଉଳ ଯୋଗାଣ ପାଇଁ ୯୬୯କୋଟି
  • ବିପର୍ଯ୍ୟୟ ସହନୀୟ ବିଦ୍ୟୁତ୍‌ ଯୋଗାଣ ପାଇଁ ୫୦କୋଟି ଟଙ୍କା

[amazon_auto_links id=”10233″]

Share this:

Leave a Reply

Your email address will not be published. Required fields are marked *