CET Virtual Conference: ସିଇଟି ଓ ଆଇସିଟି-ଆଇଓସି ମିଳିତ ଉଦ୍ୟମରେ ରାସାୟନିକ ଓ ପ୍ରଯୁକ୍ତିବିଦ୍ୟା ଆନ୍ତର୍ଜାତୀୟ ଅଧିବେଶନ
ଭୁବନେଶ୍ଵର: ସ୍ଥାନୀୟ ରସାୟନ ବିଜ୍ଞାନ ବିଭାଗ, କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(CET) ଓ ଇନଷ୍ଟିଚ୍ୟୁଟ ଅଫ୍ କେମିକାଲ ଟେକ୍ନୋଲୋଜି (Institute Of Chemical Technology) ଭୁବନେଶ୍ଵରର ମିଳିତ ଆନୁକୂଲ୍ୟରେ ଏକ ଦୁଇଦିନିଆ ରାସାୟନିକ ଓ ପ୍ରଯୁକ୍ତିବିଦ୍ୟା ଆନ୍ତର୍ଜାତୀୟ ଅଧିବେଶନ (International Virtual Conference On Frontiers In Chemical Sciences And Technologies) ଉଦଯାପିତ ହୋଇଯାଇଛି।
ଏହି ସମ୍ମିଳନୀ ରାସାୟନିକ ବିଜ୍ଞାନର ସମସ୍ତ ଶାଖା ଉପରେ ବିଚାରବିମର୍ଶ କରିବା ଏବଂ ସହଯୋଗୀ ବିଜ୍ଞାନଗୁଡିକ ରସାୟନ ବିଜ୍ଞାନର ପ୍ରୟୋଗ ଆଧୁନିକ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାକୁ ଅନ୍ତର୍ଭୁକ୍ତ କରୁଛି। ଏହି ସମ୍ମିଳନୀ ଅଧ୍ୟାପିକା, ରିସର୍ଚ ଓ ଏକାଡେମୀର ବୈଜ୍ଞାନିକ ଏବଂ ଶିଳ୍ପଗୁଡିକ ସେମାନଙ୍କ ଦକ୍ଷତା ଏବଂ ପ୍ରୟୋଗ ପଦ୍ଧତିକୁ ଉନ୍ନତ କରିବାକୁ, ରସାୟନ ବିଜ୍ଞାନ, ରଙ୍ଗ, ବସ୍ତ୍ର ଏବଂ ଖାଦ୍ୟ ପ୍ରଯୁକ୍ତିର ବିଭିନ୍ନ କ୍ଷେତ୍ର ମଧ୍ୟରେ ସହଯୋଗ ପାଇଁ ଏହା ଏକ ସର୍ବୋତ୍ତମ ପ୍ଲାଟଫର୍ମ। ଉନ୍ନତ ବିକାଶ ପାଇଁ ଯୁବ ଅଧ୍ୟାପକ ଏବଂ ଅନୁସନ୍ଧାନକାରୀ ଏଥିରୁ ଲାଭଦାୟକ ହେବେ।
ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଶିଳ୍ପସଂସ୍ଥାର ଅଧିକାରୀ ରସାୟନ ବିଜ୍ଞାନ- ପ୍ରଦ୍ୟୋଗ ଶିଳ୍ପସଂସ୍ଥାନ ମଧ୍ୟରେ ସମନ୍ଵୟ ଉପରେ ଆଲୋକପାତ କରିଥିଲେ। ଏହି ଅଧିବେଶନରେ ୪୮୨ ଜଣ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଏହାର ଉଦଯାପନ ଉତ୍ସବରେ ସିଇଟିର ଅଧ୍ୟକ୍ଷ ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର (Prof.Prashant Kumar Patra), ଆଇସିଟିର ନିର୍ଦେଶକ ପ୍ରଫେସର ଭାସ୍କର ନାରାୟଣ ଥୋରଟ (Prof. Bhaskar Narayan Thorat), ଟିଇକ୍ୟୁଆଇପି –iii (TEQIP-III) ର ସଂଯୋଜକ ପ୍ରଫେସର ଲୋକନାଥ ପଣ୍ଡା (Prof. Lokanath Panda),ରାସାୟନିକ ବିଜ୍ଞାନ ବିଭଗ ମୁଖ୍ୟ ଡା.ଅଚ୍ୟୁତନନ୍ଦ ଆଚାର୍ଯ୍ୟ (Dr. A.N Acharya) ପ୍ରମୁଖ ଯୋଗଦେଇ ଅନୁସନ୍ଧାନରେ ବିଜ୍ଞାନର ଉପଯୋଗୀତା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଡା.ବିଜ୍ଞାନରଞ୍ଜନ ଦାସ (Dr. Bigyan Ranjan Das) ଓ ଡା. ରାମବାବୁ ଦାଣ୍ଡେଲା (Dr. Rambabu Dandela) ସଂଯୋଜନା କରିଥିଲେ।
Also Read :