Breaking Newsଓଡ଼ିଶାଜାତୀୟ

MSP: ୬ଟି କୃଷିଜାତ ସାମଗ୍ରୀ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱାଗତ

Share this:

ନୂଆଦିଲ୍ଲୀ: ସଂସଦରେ କୃଷିବିଲ୍‍ ପାରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‍ ବୈଠକରେ ୬ଟି କୃଷିଜାତ ସାମଗ୍ରୀ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (MSP) ବୃଦ୍ଧିକୁ ଅନୁମୋଦନ କରାଯାଇଛି। ଏହି ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିବା ସହ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଧନ୍ୟବାଦ ଦେଇଛନ୍ତି।

କେନ୍ଦ୍ର ସରକାର କୃଷିଜାତ ସାମଗ୍ରୀରେ ଏମ୍‍ଏସ୍‍ ପି  ବୃଦ୍ଧି କରି ଚାଷୀଙ୍କ ପାରିଶ୍ରମିକ ମୂଲ୍ୟକୁ ସୁନିଶ୍ଚିତ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ମୋଦି ସରକାର କୃଷକଙ୍କୁ ସଶକ୍ତ କରିବା ପାଇଁ ପ୍ରତିବଦ୍ଧ ଏବଂ ସେମାନଙ୍କ କଲ୍ୟାଣ ପାଇଁ ଲଗାତର ନୂଆ ଉଦ୍ୟମ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ବିରୋଧୀ ଦଳ ମାନେ କୃଷକଙ୍କ ଅପେକ୍ଷା ନିଜ ସ୍ୱାର୍ଥକୁ ଅଧିକ ଗୁରୁତ୍ଵ ଦେଉଛନ୍ତି ଯାହାକି ଦୁଃଖର ବିଷୟ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି।

ଦେଶରେ ବ୍ରିଟିଶ ଯୁଗର ଆଇନ୍‍କୁ ହଟାଇବା ଏବଂ ଲାଇସେନ୍ସ ରାଜ୍‍ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ଼ ଇଚ୍ଛା ସହ କାର୍ଯ୍ୟ କରୁଛନ୍ତି। ବିଭିନ୍ନ ସଂସ୍କାରମୂଳକ ପରିବର୍ତ୍ତନ କରି ଦେଶବାସୀଙ୍କ ଦୀର୍ଘଦିନର ଦାବିକୁ ପୂରଣ କରି ସେମାନଙ୍କର ଆଶା ଓ ଆକାଂକ୍ଷାକୁ ପୂରଣ କରୁଛନ୍ତି। ଭାରତୀୟ କଂଗ୍ରେସ ୨୦୧୪ ପରଠାରୁ ମୋଦି ସରକାରଙ୍କ ଦ୍ୱାରା ନିଆଯାଇଥିବା ସବୁ ଭଲ ପଦକ୍ଷେପ ଗୁଡ଼ିକୁ ବିରୋଧ କରି ଆସୁଛି। ସଂସଦରେ କୃଷି ବିଲ୍‍ ପାରିତ ହେବା ଦ୍ୱାରା ବିରୋଧୀମାନେ ଚାଷୀମାନଙ୍କ ବିରୋଧୀ ଥିବା ଅସଲ ମୁଖା ପଦାରେ ପଡିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Also Read:

MSP: ୬ଟି ରବି ଫସଲ ଉପରେ ବଢିଲା ଏମଏସପି; ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ କହିଲେ ନିଷ୍ପତି ଐତିହାସିକ

Share this: