Breaking NewsCORONA UPDATESଜାତୀୟ

ରେଳ ରାଜ୍ୟ ମନ୍ତ୍ରୀ ସୁରେଶ ଅଙ୍ଗଡିଙ୍କ କରୋନାରେ ଦିଲ୍ଲୀର AIIMS ରେ ମୃତ୍ୟୁ

Share this:

ନୂଆଦିଲ୍ଲୀ : କେନ୍ଦ୍ର ରେଳ ରାଜ୍ୟ ବିଭାଗର ମନ୍ତ୍ରୀ ସୁରେଶ ଅଙ୍ଗଡି ୬୫ ବର୍ଷ ବୟସରେ ଦିଲ୍ଲୀର ଏମ୍ସ (AIIMS) ହସ୍ପିଟାଲରେ ଦେହାନ୍ତ କରିଛନ୍ତି।

ସୁରେଶ ଅଙ୍ଗଡି କରୋନା ଭୂତାଣୁ ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। କର୍ଣ୍ଣାଟକର ବେଲଗାମ୍‌ର ସାଂସଦ ସୁରେଶ ଅଙ୍ଗଡି ଗତ ୧୧ ସେପ୍ଟେମ୍ବରରେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ସୁରେଶ ଅଙ୍ଗଡିଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ଶ୍ରୀ ସୁରେଶ ଅଙ୍ଗଡି ଜଣେ ଅସାଧାରଣ କାର୍ଯ୍ୟକର୍ତ୍ତା ଯିଏ କର୍ଣ୍ଣାଟକରେ ଦଳକୁ ଶକ୍ତିଶାଳୀ କରିବା ପାଇଁ କଠିନ ପରିଶ୍ରମ କରିଥିଲେ। ସେ ଜଣେ ନିଷ୍ଠାପର ସଂସଦୀୟ ତଥା ପ୍ରଭାବଶାଳୀ ମନ୍ତ୍ରୀ। ତାଙ୍କ ମୃତ୍ୟୁ ଦୁଃଖଦାୟକ। ଓମ ଶାନ୍ତି। ‘

Share this: