ଯେପର୍ଯ୍ୟନ୍ତ କାରୋନା ଟୀକା ଆସିନାହିଁ, ସେପର୍ଯ୍ୟନ୍ତ କଟକଣାରେ କୋହଳ ନାହିଁ : ପ୍ରଧାନମନ୍ତ୍ରୀ ମୋଦୀ

Share this:

ନୂଆଦିଲ୍ଲୀ: କରୋନା ଭୂତାଣୁ (Corona Virus) ରୋଗ ଦିନକୁ ଦିନ ଭାରତରେ ବୃଦ୍ଧି ପାଇବାରେ ଲାଗିଛି। ଲୋକଙ୍କ ଅବହେଳା ମଧ୍ୟ ମାମଲା ଏହି ବୃଦ୍ଧି ପଛରେ ଏକ କାରଣ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣଙ୍କୁ କହିଛନ୍ତି ଯେ କରୋନା ଭୂତାଣୁ ଔଷଧ ଟୀକା ନଆସିବା ପର୍ଯ୍ୟନ୍ତ ସେମାନେ ସତର୍କ ହେବା ଉଚିତ୍। ଯେପର୍ଯ୍ୟନ୍ତ କାରୋନା ଟୀକା ଆସିନାହିଁ, ସେପର୍ଯ୍ୟନ୍ତ କଟକଣାରେ କୋହଳ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଆଜି କହିଛନ୍ତି।

ପ୍ରଧାନମନ୍ତ୍ରୀ ଆୱାସ ଯୋଜନା (PMAY) ଅଧୀନରେ ମଧ୍ୟପ୍ରଦେଶର ଗ୍ରାମାଞ୍ଚଳରେ ନିର୍ମିତ ୧ ଲକ୍ଷ ୭୫ ହଜାର ଘରର ଭର୍ଚୁଆଲ୍ ‘ଗୃହ ପ୍ରବେଶ ‘ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ “ଯେପର୍ଯ୍ୟନ୍ତ କାରୋନା ଟୀକା ଆସିନାହିଁ, ସେପର୍ଯ୍ୟନ୍ତ କଟକଣାରେ କୋହଳ ନାହିଁ” ଏହି ସ୍ଲୋଗାନ ଦେଇଛନ୍ତି।

Also Read : ଓଡ଼ିଶାର ୮୦ ବର୍ଷୀୟ ମହିଳାଙ୍କ ସଫଳ କାହାଣୀ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା, ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ସଫଳ

ସୂଚନାଯୋଗ୍ୟ ମଧ୍ୟପ୍ରଦେଶରେ ଶୁକ୍ରବାର ପର୍ଯ୍ୟନ୍ତ ୮୩ ହଜାର ୬୧୯ ଜଣ ଲୋକ କରୋନା ଭୂତାଣୁ  ସଂକ୍ରମିତ ହୋଇଥିବା ଜଣାପଡିଛି। ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୬୯୧ ଜଣଙ୍କର ମୃତ୍ୟୁ ଘଟିଛି।

ଶୁକ୍ରବାର ଦିନ ମଧ୍ୟ, ମହାରାଷ୍ଟ୍ରରେ କରୋନା ଜୀବାଣୁ ସଂକ୍ରମଣର ରେକର୍ଡ ୨୪ ହଜାର ୮୮୬ ରେକର୍ଡ ହେବା ପରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୦ ଲକ୍ଷ ୧୫ ହଜାର ୬୮୧ କୁ ବୃଦ୍ଧି ପାଇଛି। ଏଥିସହ ୩୯୩  ରୋଗୀଙ୍କ ମୃତ୍ୟୁ ପରେ ମୃତକଙ୍କ ସଂଖ୍ୟା ୨୮ ହଜାର ୭୨୪କୁ ବୃଦ୍ଧି ପାଇଛି। ଏଥିସହ ରାଜ୍ୟରେ ୧୪ ହଜାର ୩୦୮ ରୋଗୀ ସୁସ୍ଥ ହେବା ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି , ଯାହା ପରେ ସଂକ୍ରମଣରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ୟା ୭ ଲକ୍ଷ ୧୫ ହଜାର ୨୩ କୁ ବୃଦ୍ଧି ପାଇଛି।

ADVERTISEMENT

Honor 9A (Phantom Blue, 3GB RAM, 64GB Storage)

ସେହିପରି ଦେଶରେ କ୍ରମାଗତ ତୃତୀୟ ଦିନ କରୋନା ସଂକ୍ରମଣ ମାମଲାରେ ରେକର୍ଡ ସଂଖ୍ୟକ ବୃଦ୍ଧି ଦେଖାଦେଇଛି। ଏହା ହେଉଛି ତୃତୀୟ ଦିନ ଯେତେବେଳେ ଗୋଟିଏ ଦିନରେ ୯୫ ହଜାରରୁ ଅଧିକ ନୂଆ ମାମଲା ରିପୋର୍ଟ ହୋଇଛି। ଶନିବାର ଦିନ ୯୭ ହଜାର ୫୭୦ ନୂତନ କାରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଦେଶରେ କୋଭିଡ-୧୯ (Covid-19 )ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ମୋଟ ୪୬ ଲକ୍ଷ ୫୯ ହଜାର ୯୮୫ ଯେଉଁଥିରୁ ୯ ଲକ୍ଷ ୫୮ ହଜାର ୩୧୬ ସକ୍ରିୟ ମାମଲା ଥିବାବେଳେ ୩୬ ଲକ୍ଷ ୨୪ ହଜାର ୧୯୭ ଜଣ ସୁସ୍ଥ ହୋଇ ମେଡ଼ିକାଲରୁ ଡିସଚାର୍ଜ ହୋଇଛନ୍ତି।

Also Read:

କୌଣସି ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ କେବଳ ଏକ ପରୀକ୍ଷା ଦ୍ୱାରା କରାଯିବା ଉଚିତ ନୁହେଁ:ପ୍ରଧାନମନ୍ତ୍ରୀ ମୋଦୀ

ବିଶ୍ୱ ସମୁଦାୟର ଆଶା ଓ ଆକାଂକ୍ଷାକୁ ପୂରଣ କରିବ ଆତ୍ମନିର୍ଭର ଭାରତ ଅଭିଯାନ:ଧର୍ମେନ୍ଦ୍ର ପ୍ରଧାନ

 

Share this: